16.1 C
Bhubaneswar
Saturday, December 27, 2025
Homeଦେଶ ବିଦେଶବଦଳିବ କେରଳର ନାଁ !

ବଦଳିବ କେରଳର ନାଁ !

ନୂଆଦିଲ୍ଲୀ : ବଦଳିବ କେରଳର ନାଁ। କେରଳ ବିଧାନସଭାରେ ସର୍ବସମ୍ମତିରେ ଏକ ପ୍ରସ୍ତାବ ସ୍ୱାକ୍ଷରିତ ହୋଇଛି। ରାଜ୍ୟର ନାଁକୁ ‘କେରଳ’ ବଦଳରେ ରଖାଯିବ ‘କେରଳମ’। ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଏହି ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ର ନିକଟରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି। ସୂଚନା ଅନୁସାରେ, ଗତବର୍ଷ ଅଗଷ୍ଟରେ ମଧ୍ୟ ଗୃହରେ ସର୍ବସମ୍ମତିକ୍ରମେ ଏହିପରି ଏକ ପ୍ରସ୍ତାବ ପାରିତ କରି କେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଏଥିରେ କିଛି ବୈଷୟିତ ପରିବର୍ତ୍ତନ ପାଇଁ ପରାମର୍ଶ ଦେଇ ଏହାକୁ ଫେରାଇ ଦେଇଥିଲେ। ତେବେ ଦ୍ୱିତୀୟ ଥର ପାଇଁ ବିଧାନସଭାରେ ରାଜ୍ୟର ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ରଖାଯାଇଛି। ଏହି ଆଲୋଚନାରେ ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି। ତେଣୁ ସମ୍ବିଧାନର ଅନୁଛେଦ-୩ ଅନୁସାରେ ପ୍ରଥମ କାର୍ଯ୍ୟସୂଚୀରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ ବୋଲ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking