ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର । ଏଠାରେ ଭିନ୍ନ ଭିନ୍ନ ଧର୍ମ ଓ ସମ୍ପ୍ରଦାୟର ଲୋକେ ବାସ କରନ୍ତି । ସେଥିପାଇଁ ତ କୁହାଯାଇଥାଏ ବିବିଧତା ମଧ୍ଯରେ ଏକତା କେବଳ ଭାରତରେ ହିଁ ଦେଖିବାକୁ ମିଳିଥାଏ ।ଆସାମର ରଙ୍ଗମହଲ ଗାଁରେ ଏହି ବିବିଧତା ଦେଖିବାକୁ ମିଳିଛି । ଏଠାରେ ୫୦୦ ବର୍ଷରୁ ଏକ ମୁସଲିମ୍ ପରିବାର ଭଗବାନ ଶିବ ମନ୍ଦିରର ଦେଖାଶୁଣା କରୁଛନ୍ତି । ଗୁୱାହାଟି ନିକଟସ୍ଥ ଏହି ଗାଁରେ ହିନ୍ଦୁ ଓ ମୁସଲିମ୍ ଉଭୟ ଧର୍ମର ଲୋକେ ଶିବ ମନ୍ଦିରକୁ ପ୍ରାର୍ଥନା କରିବାକୁ ଆସିଥାନ୍ତି ।
ଅନେକ ପିଢିରୁ ଏହି ମନ୍ଦିରର ଦେଖାଶୁଣା କରନ୍ତି ମତିବର ରେହମାନ । ସେ କୁହନ୍ତି ଯେ ଏହା ୫୦୦ ବର୍ଷର ପ୍ରାଚୀନ ମନ୍ଦିର । ଆମ ପରିବାର ଏହି ମନ୍ଦିରର ଦେଖାଶୁଣା କରିଆସୁଛନ୍ତି । ଏହି ମନ୍ଦିରରେ ହିନ୍ଦୁ ଓ ମୁସଲମାନ ସମସ୍ତେ ଏକାଠି ପ୍ରାର୍ଥନା କରନ୍ତି ।
ଅବଶ୍ଯ ଭାରତରେ ଏହା କିଛି ଆଶ୍ଚର୍ଯ୍ୟ ହେବାଭଳି ଉଦାହରଣ ନୁହେଁ । ଅମରନାଥ ମନ୍ଦିରରେ ମଧ୍ଯ ମୁସଲିମଙ୍କ ଦଖଲ ରହିଆସିଛି । କୁହାଯାଏ ଅମରନାଥ ଗୁମ୍ଫା ସର୍ବପ୍ରଥମେ ଜଣେ ମୁସଲମାନ ହିଁ ଦେଖିଥିଲେ । ଏହା ଏମିତି ଏକ ତୀର୍ଥସ୍ଥଳ ଯେଉଁଠାରେ ଫୁଲ, ମାଳ ବିକ୍ରି କରୁଥିବା ଦୋକାନୀମାନେ ମୁସଲମାନ ହୋଇଥାନ୍ତି ।
Assam: A Muslim family looks after a Shiva temple for last 500-year in Rangamahal village, Guwahati. The caretaker Matibar Rehman says,' It's a 500-year-old temple, our family looks after the temple. People from both the religions- Hindu and Muslim- come here to offer prayers.' pic.twitter.com/6HZTGtPhAy
— ANI (@ANI) March 2, 2019