28.1 C
Bhubaneswar
Sunday, September 29, 2024
Homeଓଡିଶାନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଲେ ସାଂସଦ

ନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଲେ ସାଂସଦ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ପ୍ରେସ ମିଟରେ ସେ ବାଲି ଚୋରାଚାଲଣକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ସାଂସଦ ଅଭିଯୋଗ ଆଣିଛନ୍ତି ବାଲି ଚୋରା ଚାଲଣରେ ଜୟଦେବ ବିଧାନସଭା କ୍ଷେତ୍ରର ଦୁଇଟି ବାଲିଅନ୍ତା ଏବଂ ବାଲିପାଟଣା ବ୍ଲକ ରହିଛି । ବାଲିଅନ୍ତାର କୁଆଖାଇ ଏବଂ କୁଷଭଦ୍ରା ନଦୀ ଅଛି । ତେବେ ଏହି ନଦୀ କୂଳରୁ ବେଆଇନ ବାଲି ଚୋରା ଚାଲଣ ହେଉଥିବା ଅଭିଯୋଗ ଆଣିଛନ୍ତି ସାଂସଦ ।

ଏଥିପାଇଁ ଅପରାଜିତା ଦୁଇ ଦୁଇ ଥର ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଏହା ପ୍ରତି ଦୃଷ୍ଟି ଦେଉ ନାହାନ୍ତି ରାଜ୍ୟ ପ୍ରଶାସନ । ଏଥିପାଇଁ କେବଳ ଲିଜ ଦିଆଯାଇଛି କିନ୍ତୁ ଏହାକୁ ଖାତିର ନକରି ବାଲି ଚୋରାଚାଲଣ କରାଯାଉଛି । ହଜାର ହଜାର ଟନ ବାଲି ଚୋରାଚାଲଣ ହେଉଛି । ଏଥିପାଇଁ ବାଲିଅନ୍ତା ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଛି । ଏହାକୁ ନେଇ ସ୍ଥାନୀୟ ଲୋକ ମାନେ ବହୁଥର ସାଂସଦଙ୍କ ପାଖକୁ ମଧ୍ୟ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ରେ ଅପରାଜିତା ୫ ଜୁନ ୨୦୨୨ ଏବଂ୧୧ ଜୁଲାଇ ୨୦୨୨ ରାଜ୍ୟ ପ୍ରଶାସନ ଙ୍କୁ ଲିଖତି ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଜିଲ୍ଲା ପ୍ରଶାସନ ଏବଂ ରାଜ୍ୟ ପ୍ରଶାସନ ଚୁପ ହୋଇ ବସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking