26.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହଷ୍ଟେଲ ଖାଇବାରୁ ବାହାରିଲା ମୂଷା

ହଷ୍ଟେଲ ଖାଇବାରୁ ବାହାରିଲା ମୂଷା

ସୁଲତାନପୁର : ହଷ୍ଟେଲ ଖାଇବାରୁ ବାହାରିଲା ମୂଷା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେଲେଙ୍ଗାନାର ସୁଲତାନପୂରରେ ଜବାହାରଲାଲ୍ ନେହେରୁ ଟେକନୋଲୋଜୀ ବିଶ୍ୱବାଦ୍ୟାଳୟରେ ଗତ ମଙ୍ଗଳବାର ଦିନ କ୍ୟାଣ୍ଟିନରେ ରଖାଯାଇଥିବା ବାଦାମ୍ ଚଟଣୀରେ ମୂଷା ପହଁରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ହଷ୍ଟେଲର ପରିଷ୍କାର ପରିଚ୍ଛନତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଛାତ୍ରଛାତ୍ରୀ। ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ କ୍ୟାଣ୍ଟିନରେ ଏପରି ଅବ୍ୟବସ୍ଥାକୁ ବିରୋଧ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ବି ଏହି ଭିଡିଓକୁ ଦେଖି ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି, କଲେଜରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ସହ ଖେଳ ଖେଳାଯାଉଛି। ଏହି ଭିଡିଓଟି ଭାଇରାଲ୍‌ ହେବା ପରେ ଏବେ ସୋସିଆଲ୍‌ ମିଡିଆରେ ଏହାକୁ ନେଇ ଝଡ଼ ଉପୁଜିଛି। ହ‌ଷ୍ଟେଲ୍‌ କର୍ମଚାରୀ ଜଳଖିଅ‌ାରେ ଇଡ୍‌ଲି ସହ ଚଟଣି ବନାଇଥିଲେ। ହେଲେ ସେହି ଚଟଣିରେ ମୂଷା ଦେଖିବାକୁ ମିଳିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking