18.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା' ଫେରାର୍‌

ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମା’ ଫେରାର୍‌

ନୂଆଦିଲ୍ଲୀ : କର୍ଣ୍ଣାଟକ ଜେଡିଏସ୍‌ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ମାଆ ଭବାନୀ ରେଭାନ୍ନା ଫେରାର ଥିବା ସୂଚନା ମିଳିଛି। ପୁଅ ପରେ ଏବେ ଗିରଫ ହୋଇପାରନ୍ତି ମା’। ଏସ୍‌ଆଇଟି ଟିମ୍‌ ଏବେ ଭବାନୀ ରେଭାନ୍ନାଙ୍କୁ ଖୋଜୁଛି । ଏସଆଇଟି ଶନିବାର ଦିନ ହାସନ ସ୍ଥିତ ତାଙ୍କ ଘରେ ଭବାନୀ ରେଭାନ୍ନାଙ୍କୁ ଅପେକ୍ଷା କରି ରହିଥିଲା। କିନ୍ତୁ ଭବାନୀ ପଚରାଉଚରା ପାଇଁ ଏସଆଇଟିରେ ହାଜର ହୋଇନଥିଲେ। ଜଣେ ମହିଳା ପୀଡିତାଙ୍କୁ ଅପହରଣ ଘଟଣାରେ ଏସଆଇଟି ତାଙ୍କୁ ପଚରାଉଚରା କରିବାକୁ ଚାହୁଁଛି। ଶୁକ୍ରବାର ଦିନ ହାସନ ଜିଲ୍ଲାର ହୋଲେନସିଂହପୁର ଠାରେ ଭବାନୀଙ୍କ ଘରେ ଏସଆଇଟି ଏନେଇ ଏକ ନୋଟିସ ଲଗାଇ ଥିଲା। କେ.ଆର ନାଗରରୁ ଜଣେ ମହିଳା ପୀଡିତାଙ୍କୁ ଅପହରଣ ଘଟଣାରେ ଏସଆଇଟି ତାଙ୍କୁ ପଚରାଉଚରା କରିବାକୁ ଏଥିରେ ଉଲ୍ଲେଖ କରିଥିଲା। ତେଣୁ ଶନିବାର ଦିନ ସକାଳ ୧୦ ଟାରୁ ୫ଟା ପର୍ଯ୍ୟନ୍ତ ଭବାନୀ ତାଙ୍କ ଘରେ ଉପସ୍ଥିତ ରୁହନ୍ତୁ ବୋଲି ଏସ୍‌ଆଇଟି ନିର୍ଦ୍ଦେଶ ଦେଇଥିଲା। ହେଲେ ଏସ୍‌ଆଇଟିର ଏହି ନୋଟିସ୍‌ ମିଳିବା ପରେ ଭବାନୀ ରେଭାନ୍ନା ଫେରାର ହୋଇଯାଇଛନ୍ତି। ଶନିବାର ଦିନ ସାରା ଏସ୍‌ଆଇଟି ଟିମ୍‌ ପଚରାଉଚରା କରିବା ପାଇଁ ତାଙ୍କ ଘରେ ଅପେକ୍ଷା କରିଥିଲେ ସୁଦ୍ଧା ସେ ହାଜର ହୋଇନଥିଲେ। ପରେ ସେ ନିଜ ଓକିଲ ଜରିଆରେ ସ୍ୱାସ୍ଥ୍ୟ କାରଣରୁ ହାଜର ହୋଇପାରି ନଥିବା ଏସ୍‌ଆଇଟିକୁ ସୂଚନା ଦେଇଛନ୍ତି। ସେପଟେ ଶୁକ୍ରବାର ସେସନ୍‌ କୋର୍ଟ ଭବାନୀ ରେଭାନ୍ନାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କରିସାରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking