19.1 C
Bhubaneswar
Friday, November 22, 2024
Homeଓଡିଶାପିଶାଚ ମା’ର ବର୍ବର କାଣ୍ଡ : ପୁଅକୁ ମାରି କୂଅକୁ ଫିଙ୍ଗିଦେଲା

ପିଶାଚ ମା’ର ବର୍ବର କାଣ୍ଡ : ପୁଅକୁ ମାରି କୂଅକୁ ଫିଙ୍ଗିଦେଲା

କେନ୍ଦ୍ରାପଡ଼ା : ଜଣେ ପିଶାଚ ମା’ର ବର୍ବର କାଣ୍ଡ । ୨ ବର୍ଷର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ । ହତ୍ୟା ପରେ ଅଖାରେ ପୂରାଇ ପଥରରେ ବାନ୍ଧି ପୁଅକୁ କୂଅକୁ ଫିଙ୍ଗିଦେଲା । କୂଅରୁ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ ଓ ପୋଲିସ । ପୁଅକୁ ମା’ ହତ୍ୟା କରିବା ସ୍ୱୀକାରୋକ୍ତି ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଘରୋଇ କଳିରୁ ମାର୍ଶାଘାଇ ଥାନା କାନପୁର ଗାଁ’ରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଉଭ୍ର ସ୍ୱାମୀ-ସ୍ତ୍ରକୁ ଅଟକ ରଖି ପୋଲିସ ପଚରା ଉଚ୍ଚରା କରୁଛି । ଏଠି ପ୍ରଶ୍ନ ଉଠୁଛି କେମିତି ଗୋଟେ ମା’ର ହାତ ଗଲା ନିଜ ଜନ୍ମ କଲା ପୁଅକୁ ହତ୍ୟା କଲା ।

ସୂଚନାଯୋଗ୍ୟ, ଉଭୟ ସ୍ୱାମୀ ସ୍ତ୍ରୀ ପ୍ରେମ ବିବାହ କରିଥିଲେ । କିଛିଦିନ ଠିକ୍‌ଠାକ୍ ଚାଲିଥିଲା । ହେଲେ ମଝିରେ ମଝିରେ ପାଟିତୁଣ୍ଡ ହୁଅନ୍ତି । ହେଲେ ଗତକାଲି ରାତିରେ ଝଗଡ଼ା ଏତେ ଉଗ୍ରରୂପ ଧାରଣା କରିଥିଲା ଯେ, ମା’ କ’ଣ କରିବ କ’ଣ କରିବ ଭାବି ନିଜ ପୁଅକୁ ମାରି କୂଅରେ ଫିଙ୍ଗିଦେଇଥିଲା ।

ସ୍ୱାମୀ ଯେତେବେଳେ ପଚାରେ ପୁଅ କୁଆଡ଼ୋ ଗଲା ବୋଲି ମା’ କିଛି ସନ୍ତୋଷଜନକ ଉତ୍ତର ଦେଇନଥିଲା । ଯାହା ଫଳରେ ପଛରେ ଜଣାପଡ଼ିତବଲା ଯେ କୂଅରେ ମା’ ମାରି ଫିଙ୍ଗି ଦେଇଥିଲା । ହେଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ମୁଖ୍ୟ କାରଣ ହେଲା, ପରକୀୟା ପ୍ରୀତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking