27.1 C
Bhubaneswar
Saturday, June 22, 2024
Homeଅପରାଧଦୋକାନରେ ପଶି ମା’ ଝଅଙ୍କୁ ହାଣିଲେ

ଦୋକାନରେ ପଶି ମା’ ଝଅଙ୍କୁ ହାଣିଲେ

ସମ୍ବଲପୁର : ଟେଲର ଦୋକାନରେ ପଶି ମା’ ଝିଅଙ୍କୁ ହାଣିଲେ ଦୁର୍ବୃତ୍ତ । ଅଇଁଠାପାଲି ଥାନା ଦାନିପାଲି ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମା’ ଝିଅଙ୍କୁ ହୋଇଛି ଆକ୍ରମଣ । ଗୁରୁତର ମା ଝିଅ ହେଲେ ଇନ୍ଦୁ ଦାସ ଓ ପାୟଲ ଦାସ । ସକାଳେ ଉଭୟ ମା ଝିଅ ଘରେ ଥିବା ବେଳେ ପଡୋଶୀ ତାଙ୍କ ଘରକୁ ଆସି ଛୁରୀରେ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଉଭୟଙ୍କୁ ବୁର୍ଲା ଭୀମସାରରେ ଭତ୍ତା କରାଯାଇଛି। ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି । ତେବେ ଜମିବାଡିକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । କିଛିଦିନ ପୂର୍ବରୁ ଇନ୍ଦୁ ଦାସଙ୍କ ପରିବାର ଗୋପାଲମାଲ ଅଞ୍ଚଳରେ କମି କିଣି ଘର ତିଆରି କରିଥିଲେ । ସେବେଠାରୁ ତାଙ୍କ ପଡୋଶୀଙ୍କ ସହ ଝଗତା ଲାଗି ରହିଥ‌ିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଧିକ ଛାନଭିନ କରୁଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking