17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବିଶ୍ୱର ସବୁଠୁ ପ୍ରଭାବଶାଳୀ ପାସପୋର୍ଟ: ଜାପାନ ଶୀର୍ଷରେ, ଭାରତକୁ ୮୭ ସ୍ଥାନ

ବିଶ୍ୱର ସବୁଠୁ ପ୍ରଭାବଶାଳୀ ପାସପୋର୍ଟ: ଜାପାନ ଶୀର୍ଷରେ, ଭାରତକୁ ୮୭ ସ୍ଥାନ

ନୂଆଦିଲ୍ଲୀ: ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ପାସପୋର୍ଟ ତାଲିକାରେ ଭାରତ ୮୭ତମ ସ୍ଥାନ ଅଧିକାର କରିଛି । ଜାପାନ ଏହି ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଥିବାବେଳେ ତା’ ପଛକୁ ସିଙ୍ଗାପୁର ଓ ଦକ୍ଷିଣ କୋରିଆ ରହିଛନ୍ତି । ହେନ୍‌ଲେ ଆଣ୍ଡ୍ ପାର୍ଟନର୍ସ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ଜାପାନୀ ପାସପୋର୍ଟଧାରୀ ବ୍ୟକ୍ତି ବିନା ଅସୁବିଧାରେ ୧୯୩ଟି ରାଷ୍ଟ୍ରକୁ ଯାଇପାରୁଛନ୍ତି । ଅପରପକ୍ଷରେ ବ୍ରିଟେନ, ଆମେରିକା, ରୁଷ୍ ଓ ଚୀନ୍ ଏହି ତାଲିକାରେ ଯଥାକ୍ରମେ ୬ଷ୍ଠ, ୭ମ, ୫୦ତମ ଓ ୬୯ତମ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।

ବ୍ରିଟିଶ ପାସପୋର୍ଟଧାରୀ ୧୮୭ଟି ରାଷ୍ଟ୍ରକୁ ଅନାୟାସରେ ଯାତ୍ରା କରିପାରୁଥିବାବେଳେ ଆମେରିକା ପାସପୋର୍ଟଧାରୀ ୧୮୬, ରୁଷ୍ ପାସପୋର୍ଟଧାରୀ ୧୧୯ ଓ ଚୀନ୍ ପାସପୋର୍ଟଧାରୀ ୮୦ଟି ରାଷ୍ଟ୍ରରେ ସୁବିଧା ପାଉଛନ୍ତି । ଆଫଗାନିସ୍ତାନ ଏହି ତାଲିକାର ସବୁଠାରୁ ନିମ୍ନରେ ରହିଛି । ଆଫ୍‌ଗାନ ପାସପୋର୍ଟଧାରୀ କେବଳ ୨୭ଟି ରାଷ୍ଟ୍ରକୁ ଅନାୟାସରେ ଯାଇପାରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking