ଭୁବନେଶ୍ୱର: ନବ ଦାସଙ୍କୁ ଗୁଳିମାଡ଼ ଘଟଣାରେ ସ୍ବର୍ଗତ ଦାଶ ଙ୍କର ପାର୍ଥିବ ଶରୀର ପହଁଚିଲା ଝାରସୁଗୁଡା ମନମୋହନ ସ୍କୁଲ ପଡ଼ିଆ। ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ସ୍ବର୍ଗତ ମନ୍ତ୍ରୀ ଙ୍କର ଅନ୍ତିମ ସଂସ୍କାର କରାଯିବ। ସ୍ବର୍ଗତ ଦାଶ ଙ୍କର ହତ୍ୟା ପରେ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ଦେଇଛନ୍ତି। କେସ୍ ନଂ-୩୪ରେ ଆଇପିସିର ଧାରା ୩୦୭ ଓ ଆର୍ମସ୍ ଆକ୍ଟ (୨୭) ୧ ରେ ମାମଲା ରୁଜୁ ହୋଇଛି। ଗୁଳି ମାରିଥିବା ଗୋପାଳ ଦାସଙ୍କୁ ଗତକାଲି ଟ୍ରାଫିକ କ୍ଲିଅରାନ୍ସ ଡିଉଟି ଦିଆଯାଇଥିବା ଜଣା ପଡ଼ିଛି। ନବ ଦାସଙ୍କ ଗସ୍ତ ପାଇଁ ଅନ୍ୟ ପୁଲିସ ଅଧିକାରୀଙ୍କୁ ମଧ୍ୟ ଦିଆ ଭିନ୍ନ ଭିନ୍ନ ସ୍ଥାନରେ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ନବ ଦାସ ୧୨ଟା ୨୦ ମିନିଟ୍ ପାଖାପାଖି ସେହି ସ୍ଥାନରେ ପହଞ୍ଚିବା ପରେ ଗୋପାଳ ନିଜ ଡିଉଟି ଛାଡ଼ି ତାଙ୍କ ନିକଟକୁ ଯାଇ ଗୁଳି ମାରିଥିଲେ।
ନବଙ୍କୁ ଗୁଳି ମାରିବା ପରେ ତାଙ୍କୁ ବ୍ରଜରାଜନଗର ଥାନା ଅଧିକାରୀ ପ୍ରଦ୍ୟୁମ୍ନ ସ୍ୱାଇଁ ରାମପୁର ପୁଲିସ ଆଉଟ ପୋଷ୍ଟ କନେଷ୍ଟବଳ କେ ସି ପ୍ରଧାନ କାବୁ କରିବାକୁ ଚେଷ୍ଟା କରିଥିଲେ। ସେହି ସମୟରେ ଗୋପାଳ ଆଉ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା। ଆଉ ଦୁଇ ରାଉଣ୍ଡ ଫାୟାରିଂରେ କାଳୀ ନଗର ବାସିନ୍ଦା ଜୀବନ ନାୟକ ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ବ୍ରଜରାଜନଗର ଆଇଆଇସିଙ୍କ ଆଙ୍ଗୁଳିରେ ଗୁଳି ଲାଗିଥିଲା।
ଏନେଇ ଗୋପାଳ ଦାସଙ୍କ ନାଁରେ ବ୍ରଜରାଜନଗର ଥାନାରେ ଆଇଆଇସିଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଛି। ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପାର୍ଥିବ ଶରୀର ବିମାନ ବନ୍ଦରକୁ ଆସିବା ପରେ ତାଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସମୟରେ ବିଜେଡିର ଟୁକୁନି ସାହୁ, ନିରଞ୍ଜନ ପୂଜାରୀ, ଅରୁଣ ସାହୁ, ପ୍ରସନ୍ନ ଆଚାର୍ଯ୍ୟ, ସମେତ ଜୟ ନାରାୟଣ ମିଶ୍ର, ନାଉରୀ ନାୟକ,, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ଦେବେଶ ଆଚାର୍ଯ୍ୟ, ନାଉରୀ ନାଏକ, ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀ, କୁସୁମ ଟେଟେ ଝାରସୁଗୁଡା ରେ ଉପସ୍ଥିତ ଅଛନ୍ତି। ସ୍ବର୍ଗତ ଦାଶ ଙ୍କ ପାର୍ଥିବ ଶରୀରରେ ପୁଅ ବିଶାଳ ଦାଶ, ସ୍ତ୍ରୀ ଏବଂ ସମ୍ପର୍କୀୟ ମାନେ ଉପସ୍ଥିତ ଅଛନ୍ତି।
ସ୍ୱର୍ଗତ ଦାଶ ଙ୍କୁ ବିମାନ ବନ୍ଦରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଥିବା ବେଳେ ବେହେରାମାଲ ଠାରେ ପାର୍ଥିବ ଶରୀରକୁ ରଖାଯାଇଥିଲା। ମନମୋହନ ସ୍କୁଲ ପଡ଼ିଆ ରେ କିଛି ସମୟ ପାଇଁ ସ୍ବର୍ଗତ ଦାଶ ଙ୍କର ଶେଷ ଦର୍ଶନ କରିବା ପାଇଁ ଆୟୋଜନ କରାଯାଇଛି। ସରବାହାଲ ଠାରେ ନବ ଦାଶ ଙ୍କର ବାସ ଭବନରେ ଶେଷ ଦର୍ଶନ ପାଇଁ ରଖାଯିବ। ସନ୍ଧ୍ୟା ସାଢ଼େ ଚାରି ଟା ରେ ଝାରସୁଗୁଡା ସମ୍ବଲପୁର ସୀମା ଖେରୁଆଲ ବ୍ରିଜ ନିକଟ ନଦୀ ତୁଠରେ ସ୍ବର୍ଗତ ଦାଶ ଙ୍କର ଶେଷ କୃତ୍ୟ ସମ୍ପନ୍ନ ହେବାର କାର୍ଯ୍ୟକ୍ରମ ହେବ।