27.1 C
Bhubaneswar
Sunday, September 29, 2024
Homeଓଡିଶାସେବାୟତଙ୍କୁ ମରଣାତ୍ମକ ଆକ୍ରମଣ ମହଙ୍ଗା ପଡିଲା; ୫ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ସେବାୟତଙ୍କୁ ମରଣାତ୍ମକ ଆକ୍ରମଣ ମହଙ୍ଗା ପଡିଲା; ୫ଦୁର୍ଦ୍ଦାନ୍ତ ଅପରାଧି ଗିରଫ

ପୁରୀ:ବୁଧବାର ବିଳମ୍ବିତ ରାତିରେ ୪ ଜଣ ସେବାୟତଙ୍କୁ ସଂଘବଦ୍ଧ ଭାବେ ମରଣାତ୍ମକ ଆକ୍ରମଣ ଘଟଣାରେ ଟା ଉନ ଥାନା ପୋଲିସ ୫ ଦୁର୍ଦ୍ଦାନ୍ତ ଅପରାଧିକୁ ଗିରଫ କରି କୋର୍ଟ ଚାଲାଣ କରିଛି । ମାତ୍ର କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ସ୍ଥାନାନ୍ତରିତ କରାଯାଇଛି । ସେମାନେ ହେଲେ ବାସେଳିସାହୀ ଥାନା ଅନ୍ତର୍ଗତ ନୀଳ କଣ୍ଠନଗର ମୁଦୁଲିଯାଗାର ରାକେଶ ମହାପାତ୍ର(ମିଲନ),ପାଣପ୍ରିୟାଲେନ୍‌ର ସନ୍ତୋଷ କୁମାର ମହାନ୍ତି,ହାତୀଶାଳର ସୁଜିତ୍ କୁମାର ମହାନ୍ତି(ସୋନୁ),ଥାନାପତିନଗର ମଣିସୁଆରସାହୀର ନିର୍ମଳ କୁମାର ପ୍ରଧାନ(ଭୀମ) । ଏମାନଙ୍କଠାରୁ ପୋଲିସ ୩ଟି ଖଣ୍ଡା,୩ଟି ମୋଟରସାଇକେଲ ଓ ୫ ମୋବାଇଲ ଫୋନ୍ ।

ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାଶଙ୍କ ସୂଚନାନୁଯାୟୀ, ଗୁଡିଆସାହୀର କାଶିନାଥ ପ୍ରତିହାରୀ ଏବଂ ତାଙ୍କର ଅନ୍ୟ କେତେଜଣ ସାଥି ମିଳିତ ଭାବେ ବୁଧବାର ବିଳମ୍ବିତ ରାତିରେ ଶଙ୍କରଶ୍ୱେରପୀଠକୁ ଭୋଜି କରିବାକୁ ଯାଇଥିଲେ । ମାତ୍ର ସେମାନେ ଭୋଜି ସାରି ଫେରିବା ସମୟରେ ଅତିର୍କିତ ଭାବେ ଏକାଧିକ ଯୁବକ ସଂଘବଦ୍ଧ ଭାବେ କାଶୀନାଥ ଓ ତାଙ୍କ ସାଥିମାନଙ୍କୁ ଖଣ୍ଡାରେ ମରଣାôମକ ଆକ୍ରମଣ କରିଥିଲେ । ଏପରିକି ସେମାନେ ନିଜ ଜୀବନ ବଞ୍ଚାଇବା ଲାଗି ଉଦ୍ୟମ କରି ଦୌଡିବାକୁ ଲାଗିଥିଲେ ସୁଦ୍ଧା ସେମାନେ ଅତ୍ୟନ୍ତ ନୃଶଂସ ଭାବେ ଗୋଡାଇ ଗୋଡାଇ ହାଣିଥିଲେ । ବିଶେଷ ଭାବେ କାଶୀନାଥ ଓ ବବୁଲ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟମାନେ ସାମାନ୍ୟ ଆହତ ହୋଇ ବିଳମ୍ବିତ ରାତିରେ ମେଡିକାଲରେ ଚିକିତ୍ସିତ ହୋଇଥିଲେ ।

ଖବରପାଇଁ ଟାଉନଥାନା ଅଧିକାରୀ ଶ୍ରୀ ଦାଶ ମେଡିକାଲରେ ପହଞ୍ଚି ଘଟଣା ସର୍ମ୍ପକରେ ପୁଙ୍ଖାନୁପୁଙ୍ଖ ସଂଗ୍ରହ କରିବା ପରେ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ଏକ ସେସ୍ପାଲ ଟିମ୍ ଓ ଟାଉନଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଅଭିଯୁକ୍ତମାନଙ୍କୁ ଗିରଫ କରିବା ଲାଗି ଉଦ୍ୟମ ଆରମ୍ଭ ହେ ।ଇଥିଲା । ଏପରିକି ପୁରୀ ସହର ସମେତ ବ୍ରହ୍ମଗିରି ଅଞ୍ଚଳରେ ଚଢାଉ କରି ଘଟଣାର ୧୮ ଘଣ୍ଟା ମଧ୍ୟରେ ପୋଲିସସମସ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା । ତତ୍ ସହିତ ଦୁର୍ଦ୍ଦାନ୍ତ ଅପରାଧି ମିଲନ ନାମରେ ଏନଏସଏଲାଗୁ କରାଯାଇଛି । ତେବେ ପୂର୍ବ ଶତୁତ୍ରାକୁ ନେଇ ମରଣାତ୍ମକ ଆକ୍ରମଣ ହୋଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking