19.1 C
Bhubaneswar
Sunday, November 17, 2024
Homeଦେଶ ବିଦେଶକେରଳକୁ ମୁହାଁଇଲା ମୌସୁମୀ, ୧ରେ ପହଞ୍ଚିବ

କେରଳକୁ ମୁହାଁଇଲା ମୌସୁମୀ, ୧ରେ ପହଞ୍ଚିବ

ନୂଆଦିଲ୍ଲୀ : ପ୍ରାୟ ୬ ଦିନ ନିଷ୍କ୍ରିୟ ରହିବାପରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଗୁରୁୁବାର କେରଳ ଆଡକୁ ମୁହାଁଇଛି ବୋଲି ଭାରତୀୟ ପାଣିପାଗ କାର୍ଯ୍ୟାଳୟ (ଆଇଏମ୍‌ଡି) ପକ୍ଷରୁ କୁହାଯାଇଛି । ଗୁରୁବାର ଶ୍ରୀଲଙ୍କାର ଦକ୍ଷିଣଭାଗରେ ପ୍ରବଳ ବର୍ଷା କରିବାପରେ ମୌସୁମୀ ବାୟୁ କେରଳ ଉପକୂଳ ଆଡକୁ ଅଗ୍ରସର ହେଉଥିବା ଜଣାପଡିଛି । ଏହାର ପ୍ରଭାବରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ଆରବ ସାଗର ସମେତ ମାଳଦ୍ୱୀପ, ଲାକ୍ଷାଦ୍ୱୀପ ଓ କୋମୋରିନ୍ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଆଇଏମ୍‌ଡି ପକ୍ଷରୁ ଅନୁମାନ କରାଯାଉଛି । କେରଳରେ ମୌସୁମୀର ଗତିବିଧି ଉପରେ ବିଭାଗ ପକ୍ଷରୁ ନିୟମିତ ନଜର ରଖାଯାଉଛି ।

ପୂର୍ବରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ମେ’ ୨୭ ସୁଦ୍ଧା କେରଳ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା । ତେବେ ଆରବ ସାଗରରେ ଏହା ନିଷ୍କ୍ରିୟ ହୋଇପଡିବାରୁ ବର୍ତ୍ତମାନ ଜୁନ୍ ୧ ସୁଦ୍ଧା ଏହା କେରଳରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୂଚନାଯୋଗ୍ୟ ଚଳିତମାସ ପ୍ରାରମ୍ଭରେ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ‘ଅସାନି’ର ଉତ୍ପତ୍ତି ଯୋଗୁଁ ମୌସୁମୀ ବାୟୁ ସକ୍ରିୟ ହୋଇଉଠିଥିଲା । ମେ’ ୧୬ରେ ମୌସୁମୀ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଛୁଇଁଥିଲା ।

ଆଇଏମ୍‌ଡି ଆକଳନର କିଛିଦିନ ପୂର୍ବରୁ ମୌସୁମୀର ଆଗମନ ଘଟିଥିବାବେଳେ ଏହା ଆଣ୍ଡମାନରୁ ଏହା ତ୍ୱରାନ୍ୱିତ ହୋଇ ଦକ୍ଷିଣ ଉପଦ୍ୱୀପରେ ପ୍ରବେଶ କରିବ ବୋଲି ଆଶା କରାଯାଉଥିଲା । ତେବେ ମେ’ ୧୨ରେ ‘ଅସାନି’ ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବା ପରେ ମୌସୁମୀର ଗତି ଶିଥିଳ ପଡିଥିଲା । ଏପରିକି ଆରବ ସାଗରରେ ୬ ଦିନ ନିଷ୍କ୍ରିୟ ରହିବା ଫଳରେ ବର୍ତ୍ତମାନ ଏହା କେରଳ ଆଡକୁ ମୁହାଁଉଥିବା ଶୁଭ ସଙ୍କେତ ବୋଲି କୁହାଯାଇଛି । ଅପରପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟ ମୌସୁମୀ ମେ’ ୨୦ ପରଠାରୁ ସକ୍ରିୟ ହେଉନଥିବା ଆଇଏମ୍‌ଡି ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking