26.1 C
Bhubaneswar
Wednesday, March 25, 2026
Homeଅପରାଧଦୁଷ୍କର୍ମ ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଦିଆଗଲା ଦଣ୍ଡ

ଦୁଷ୍କର୍ମ ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଦିଆଗଲା ଦଣ୍ଡ

ପଶ୍ଚିମବଙ୍ଗ : ପଇସଲା ଅନ୍‌ ଦି ସ୍ପଟ୍‌। ଦୁଷ୍କର୍ମ ଅଭିଯୁକ୍ତକୁ ବିଚ୍‌ ରାସ୍ତାରେ ଦିଆଗଲା ଦଣ୍ଡ। ପୁଲିସ ପହଞ୍ଚିବା ପୂର୍ବରୁ ଅଭିଯୁକ୍ତକୁ ପିଟିପିଟି ମାରି ଦେଲେ ଗାଁ ଲୋକେ। ପଶ୍ଚିମବଙ୍ଗର ମିଦନାପୁରରେ ଘଟିଛି ଏଭଳି କିଛି ଘଟଣା। ଜଣେ ଦୁଷ୍କର୍ମ ଅଭିଯୁକଙ୍କୁ ମିଦନାପୁର ସ୍ଥିତ ଏକ ଗାଁର ଲୋକେ ପିଟି ହତ୍ୟା କରି ଦେଇଛନ୍ତି। ମୃତ ମହିଳାଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ ଅକ୍ଟୋବର ୪ରେ ପୀଡିତା ତାଙ୍କ ଘର ପଛରେ ଥିବା ଚାଷ ଜମିକୁ ଗାଈ ଓ ଛେଳି ଚରାଇବାକୁ ଯାଇଥିଲେ। ସେଠାରୁ ତାଙ୍କୁ କିଛି ଲୋକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା। ପରେ ପରିବାର ଲୋକ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଚାଷ ଜମିରୁ ଉଦ୍ଧାର କରିଥିଲେ।

ସେତେବେଳେ ସେ ଉଲଗ୍ନ ଅବସ୍ଥାରେ ପଡି ରହିଥିଲେ। ମହିଳା ଜଣଙ୍କୁ ବିଷ ଦିଆ ଯାଇଥିବା ଅଭିଯୋଗ ହୋଇଛି। ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା, କିନ୍ତୁ ରବିବାର ସକାଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ଆକ୍ରୋଶ ଦେଖିବାକୁ ମିଳିଥିଲା। ଗାଁରେ ହିଂସା ସ୍ଥିତି ଉପୁଜିଥିଲା। ଗାଁ ଲୋକେ ଅଭିଯୁକ୍ତଙ୍କ ଘରେ ଚଢ଼ାଉ ତାଙ୍କୁ କାବୁ କରିଥିଲେ। ତା’ପରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ। ରାସ୍ତା ଉପରେ ଯିଏ ପାରିଲା ସିଏ ଲାତ ଗୋଇଠା ବର୍ଷା କରିଥିଲେ। ଏହି ମାର୍‌ପିଟ୍‌ ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଯାହା ସୋଶାଲ ମିଡିଆ ଭାଇରାଲ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking