17.1 C
Bhubaneswar
Monday, November 18, 2024
Homeଦେଶ ବିଦେଶଅବୈଧ ଥିଲା ଇମ୍ରାନ୍ ଓ ବୁଶ୍‌ରାଙ୍କ ବିବାହ; ଇସ୍‌ଲାମାବାଦ କୋର୍ଟରେ ଚାଲିବ ମାମଲା

ଅବୈଧ ଥିଲା ଇମ୍ରାନ୍ ଓ ବୁଶ୍‌ରାଙ୍କ ବିବାହ; ଇସ୍‌ଲାମାବାଦ କୋର୍ଟରେ ଚାଲିବ ମାମଲା

ଇସ୍‌ଲାମାବାଦ: ତୋଷଖାନା ମାମଲାରୁ ଆଶ୍ୱସ୍ତି ପାଇବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଏବେ ଏକ ଧାର୍ମିକ ମାମଲରେ ଫସିଛନ୍ତି । ଇସ୍‌ଲାମାବାଦର ଏକ କୋର୍ଟରେ ତାଙ୍କ ବିରୋଧରେ ଅବୈଧ ଏବଂ ଅଣ-ଇସ୍‌ଲାମ ଉପାୟରେ ବିବାହ ମାମଲା ଚାଲିବ । ଇମ୍ରାନ୍ ଏବଂ ତାଙ୍କ ତୃତୀୟ ପତ୍ନୀ ବୁଶ୍‌ରା ବିବିଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ବିବାହ ବେଳେ ଇସ୍‌ଲାମିକ୍ ନିୟମର ପାଳନ କରିନାହାନ୍ତି । ବୁଶ୍‌ରା ବିବି ପ୍ରଥମ ସ୍ୱାମୀଙ୍କୁ ତଲାକ୍ ଦେବାପରେ ଇସ୍‌ଲାମ ନିୟମ ଅନୁସାରେ ନିର୍ଦ୍ଧାରିତ ସମୟ କିମ୍ବା ଦିନ ପୂରା କରିନଥିବା ଅଦାଲତରେ ମାମଲା ରୁଜୁ କରିଥିବା ମହମ୍ମଦ ହନିଫ୍ ଅଭିଯୋଗ କରିଛନ୍ତି ।

ହନିଫ୍ ପ୍ରଥମେ ଏ ନେଇ ଇସ୍‌ଲାମାବାଦର ସିଭିଲ୍ କୋର୍ଟରେ ପିଟିସନ୍ ଦାୟର କରିଥିଲେ । ଏଥିରେ କୁହାଯାଇଥିଲା ଇମ୍ରାନ୍ ଓ ବୁଶ୍‌ରାଙ୍କ ନିକାହ (ବିବାହ) ଆଇନସଂଗତ ନୁହେଁ । ମାତ୍ର ସିଭିଲ୍ କୋର୍ଟ ପିଟିସନ୍ ଶୁଣାଣି ଯୋଗ୍ୟ ନୁହେଁ କହି ଖାରଜ କରିଦେଇଥିଲେ । ଏହାପରେ ସେ ଇସ୍‌ଲାମାବାଦ ଆଡିସ୍‌ନାଲ୍ ଡିଷ୍ଟ୍ରିକ୍ଟ ଏବଂ ସେସନ୍ସ ଜଜ୍‌ଙ୍କ କୋର୍ଟରେ ପିଟିସନ୍ ଦାୟର କରିଥିଲେ । ଜଜ୍ ମହମ୍ମଦ ଆଜମ୍ ଖାନ୍ ଏହାର ଶୁଣାଇ ପାଇଁ ମଞ୍ଜୁରୀ ଦେଇଛନ୍ତି । ହନିଫ୍ କୋର୍ଟରେ ଇମ୍ରାନ୍ ଓ ବୁଶ୍‌ରାଙ୍କ ବିବାହ କରାଇଥିବା ମୁଫ୍‌ତି ମହମ୍ମଦ ସଇଦ୍ ଏବଂ ଖାନ୍‌ଙ୍କ ନିକଟତମ ବନ୍ଧୁ ଓନ୍ ଚୌଧୁରୀଙ୍କ ବୟାନ ମଧ୍ୟ ଦାଖଲ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking