ନୂଆଦିଲ୍ଲୀ: ନୋଏଡା ସେକ୍ଟର -୬୨ ରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ପ୍ରେମୀ ଯୁଗଳ ମହିଳାମାନଙ୍କ ପାଇଁ ନିର୍ମିତ ପିଙ୍କ ଟଏଲେଟ ଭିତରେ ଆପତ୍ତିଜନକ କାମ କରୁଥିଲେ । ଏହି ସମୟରେ ଜଣେ ମହିଳା କନଷ୍ଟେବଳ ଉକ୍ତ ଶୌଚାଳୟ ଭିତରକୁ ପଶି ଯାଇଥିଲେ । ଆଉ ସେ ଘଟଣାସ୍ଥଳରେ ଯେଉଁ ଦୃଶ୍ୟ ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ନୋଏଡାରେ ସ୍ୱଚ୍ଛତା ଅଭିଯାନ ଅଧୀନରେ ଶହ ଶହ ପିଙ୍କ ଟଏଲେଟ ନିର୍ମାଣ କରାଯାଇଛି । କେବଳ ମହିଳା ଏବଂ ଝିଅମାନଙ୍କୁ ଏହି ଶୌଚାଳୟ ବ୍ୟବହାର କରିବାକୁ ଅନୁମତି ଦିଆଯାଇଛି । ପୁରୁଷ ଏବଂ ବାଳକମାନଙ୍କୁ ଏହି ଶୌଚାଳୟ ଭିତରକୁ ଯିବାକୁ କଡା ବାରଣ କରାଯାଇଛି ।
ନିକଟରେ ଏକ ପ୍ରେମୀଯୁଗଳ ପ୍ରେମ କରିବା ପାଇଁ ପିଙ୍କ ଟଏଲେଟ ଭିତରେ ପହଞ୍ଚି ଯାଇଥିଲେ । ଏହି ସମୟର ଜଣେ ମହିଳା କନଷ୍ଟେବଳ ଶୌଚାଳୟ ବ୍ୟବହାର କରିବାକୁ ଭିତରକୁ ଯାଇଥିଲେ । ଆଉ ସେ ଏହି ପ୍ରେମୀଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଧରିଥିଲେ । ମହିଳା କନଷ୍ଟେବଳ କହିଛନ୍ତି , ଯେତେବେଳେ ସେ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ, ଦୁହେଁ ତାଙ୍କୁ ନାଲି ଆଖି ଦେଖାଇଥିଲେ । ଆଉ କହିଥିଲେ ପୁଲିସର କାମ ହେଉଛି ଆମ ଭଳି ଲୋକଙ୍କୁ ସୁରକ୍ଷା ଦେବା, ଆମର ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ କରିବା ତୁମର କାମ ନୁହେଁ । ଉଭୟଙ୍କୁ ପୁଲିସ ଷ୍ଟେସନକୁ ଆଣିବା ପରେ ଉକ୍ତ ପ୍ରେମୀଯୁଗଳ ସେଠାରେ ବି ଉତ୍ତେଜନା ଆରମ୍ଭ କରିଥିଲେ । କୁହାଯାଉଛି କି ଆପତ୍ତିଜନକ ଅବସ୍ଥାରେ ଧରାପଡ଼ିଥିବା ଯୁବକ ନୋଏଡା ସେକ୍ଟର -୬ ରେ ଅବସ୍ଥିତ ଏକ କମ୍ପାନିରେ ମ୍ୟାନେଜର ଭାବେ କାମ କରନ୍ତି ।