17.1 C
Bhubaneswar
Monday, November 18, 2024
Homeଅପରାଧଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ

ଅନ୍ୟ ଯୁବକ ସହ କଥା ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ

ପାଟନା: ପ୍ରେମ ବେଳେ ବେଳେ ଅମଣିଷକୁ ମଣିଷ ସଜେଇ ଦିଏ ତ ପୁଣି ସେହି ପ୍ରେମ ମଣିଷକୁ ଅମଣିଷ ସଜେଇପାରେ । ପ୍ରେମରେ ସନ୍ଦେହ ଓ ଈର୍ଷା ଜାତ ହେଲେ ତାହା ଯେ କେତେ ଭୟଙ୍କର ଜାଣିଛନ୍ତି । ସେମିତି ଏକ ଗଟଣା ଘଟିଛି, ଝାଡ଼ଖଣ୍ଡର ଗୋଡ୍ଡା ଜିଲ୍ଲାରେ । ଜଣେ ପ୍ରେମିକ ନିଜ ପ୍ରେମିକା ଉପରେ ରାଗିଯାଇ ତାର ଜୀବନ ନେଇ ଯାଇଥିବା ଅଭିଯୋଗ ଆସିଛି । ପ୍ରେମିକ ଜଣକ ଯେତେବେଳେ ଜାଣିବାକୁ ପାଇଲା ଯେ ତାଙ୍କ ପ୍ରେମିକା ଇନ୍‌ଷ୍ଟାଗ୍ରାମ୍‌ରେ ଅନ୍ୟ ଜଣେ ଯୁବକଙ୍କ ସହ କଥା ହେଉଛି ତାର ରାଗ ଚରମ ହୋଇଗଲା । ସେ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଲା । ତା’ପରେ ୧୭ ବର୍ଷୀୟ ପ୍ରେମିକ ଜଣକ ନିଜ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପୋଳିସ ସୂତ୍ରରୁ ଜାଣିବାକୁ ମିଳିଛି ଯେ ହୋଲି ଦିନଠାରୁ କିଶୋରୀ ପ୍ରେମିକା ଜଣକ ନିଖୋଜ ଥିଲେ ଓ ଦୁଇ ଦିନ ପରେ ତାର ମୃତଦେହ ଉଦ୍ଧାର କରାଯାଇଛି । ଜଣେ ପୋଲିସ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ଉଭୟ ପୁଅ ଓ ଝିଅ ଉର୍ଜାନଗରର ଏକ ପ୍ରତିଷ୍ଠିତ ଇଂରାଜୀ ମାଧ୍ୟମିକ ସ୍କୁଲ୍‌ରେ ପାଠ ପଢ଼ନ୍ତି । ସେ ଦୁହିଁଙ୍କ ଭିତରେ ପ୍ରେମ ସଂପର୍କ ରହିଥିଲା । ଯେବେ କିଶୋର ପ୍ରେମିକ ଜଣକ ପ୍ରେମିକା ଆଉ କାହା ସହ କଥା ହେଉଛି ବୋଲି ଜାଣିବାକୁ ପାଇଲେ ତ ସେ ହୋଲି ଦିନ ସକାଳେ ଏକ ଲୁହା ଛଡ଼ରେ ତାଙ୍କ ମୁଣ୍ଡକୁ ବାଡ଼େଇ ଆକ୍ରମଣ କରିଥିଲା ଓ ପ୍ରେମିକାର ମୃତ୍ୟୁ ଘଟିଥିଲା । ଅଭିଯୁକ୍ତ ଏବେ ନିଜ ଦୋଷ ସ୍ୱୀକାର କରିବା ପରେ ସେ ସାବାଳକ ହୋଇନଥିବାରୁ ତାଙ୍କୁ ସୁଧାର ଗୃହକୁ ପଠାଯାଇଛି । କିଶୋରୀକୁ ଅକ୍ରମଣ କରାଯାଇଥିବା ଲୁହା ଛଡ଼ ଓ ମୋବାଇଲ୍ ଫୋନ୍ ପୋଲିସ ଜବତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking