28.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶପ୍ରେମିକା ଦେହରେ ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ

ପ୍ରେମିକା ଦେହରେ ପେଟ୍ରୋଲ ଢାଳି ଜାଳିଦେଲା ପ୍ରେମିକ

ରାଞ୍ଚି: ଝାଡଖଣ୍ଡ ଦୁମ୍‌କାରେ ଅଙ୍କିତା ହତ୍ୟାକାଣ୍ଡର ପୁନରାବୃତ୍ତି । ବିବାହ ପାଇଁ ଅରାଜି ହେବାରୁ ପ୍ରେମିକା ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ବିବାହିତ ପ୍ରେମିକ । ଦୁମ୍‌କା ଅଙ୍କିତା ମୃତ୍ୟୁ ଘଟଣା ମନରୁ ଲିଭି ନଥିବା ବେଳେ ଏବେ ଏଠାରେ ପୁଣି ସମାନ କାଣ୍ଡ ଘଟିଛି । ଗୁରୁବାର ରାତିରେ ଦୁମକା ଜିଲ୍ଲା ଜରମୁଣ୍ଡ ଥାନା ଭାଲକୀ ଗାଁରେ ମାରୁତି କୁମାରୀ ନାମକ ଯୁବତୀଙ୍କୁ ତାଙ୍କର ପ୍ରେମିକ ଜୀଅନ୍ତା ଜାଳି ଦେଇଛି । ଗୁରୁତର ଅବସ୍ଥାରେ ପ୍ରଥମେ ପୀଡିତାଙ୍କୁ ଝାନୋ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ରିମ୍‌ସ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, ୨୦୧୯ରୁ ରାଜେଶ ରାଉତ ନାମକ ଯୁବକଙ୍କ ସହ ମାରୁତି କୁମାରୀଙ୍କ ପ୍ରେମ ସମ୍ପର୍କ ରହିଥିଲା । କିନ୍ତୁ ଗତ ଫେବୃୟାରୀରେ ରାଜେଶର ଅନ୍ୟତ୍ର ବିବାହ ହୋଇଯାଇଥିଲା । ଏପଟେ ମାରୁତିଙ୍କ ପରିବାର ଲୋକେ ମଧ୍ୟ ତାଙ୍କ ବିବାହ ପାଇଁ ବର ଖୋଜିବା ଆରମ୍ଭ କରିଥିଲେ । ଏ ସମ୍ପର୍କରେ ଜାଣିବା ପରେ ରାଜେଶ ପ୍ରେମିକାକୁ ଧମକ ଦେଇଥିଲା ଯେ, ଯଦି ମୋତେ ବାହା ନ ହୁଅ ତେବେ ଅଙ୍କିତା ଭଳି ତମକୁ ମଧ୍ୟ ଜଳାଇ ମାରିଦେବି । ଶେଷରେ ସେଇୟା ହିଁ ହୋଇଛି ।

ଗୁରୁବାର ରାତିରେ ରାଜେଶ କବାଟ ଭାଙ୍ଗି ଜୋର ଜବରଜସ୍ତ ଯୁବତୀଙ୍କ ଘରେ ପଶିଥିଲା ଏବଂ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ଏହି ଘଟଣାରେ ଜରମୁଣ୍ଡି ଏସଡିପିଓ ଶିବେନ୍ଦ୍ର କୁମାର କହିଛନ୍ତି,”ଗତକାଲି ରାତିରେ ରାମଗଡ ଥାନା ମହେଶପୁର ଗାଁର ରାଜେଶ ମାରୁତି କୁମାରୀଙ୍କୁ ନିଆଁ ଲଗାଇ ହତ୍ୟା କରିବାକୁ ଚେଷ୍ଟା କରିଛି । ବର୍ତ୍ତମାନ ପୀଡିତାଙ୍କ ସ୍ବାସ୍ଥ୍ୟବସ୍ଥା ଖୁବ୍ ସଙ୍କଟାପନ୍ନ ରହିଛି । ଯଥାଶୀଘ୍ର ଅଭିଯୁକ୍ତ ଗିରଫ କରିବାକୁ ଉଦ୍ୟମ କରାଯାଉଛି ।”

ପ୍ରକାଶଥାଉ କି, ନିକଟରେ ଦୁମ୍‌କା ଜରୁବାଡିହ ଅଞ୍ଚଳର ଅଙ୍କିତା ନାମକ ଯୁବତୀ ଘରେ ଶୋଇଥିବା ବେଳେ ଏକତରଫା ପ୍ରେମ କରୁଥିବା ଯୁବକ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା । ପୀଡିତାଙ୍କୁ ରିମ୍‌ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ୫ ଦିନ ପରେ ଚିକିତ୍ସଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking