ଭୁବନେଶ୍ୱର: ରାଜଧାନୀରେ ପ୍ରେମ ପାଇଁ ପ୍ରତ୍ୟେକ ଦିନ ଆତ୍ମହତ୍ୟା ଭଳି ଘଟଣା ଦେଖିବାକୁ ମିଳୁଥିବାବେଳେ ନୂଆପଲ୍ଳୀରେ ଘଟିଛି ଅଭାବନୀୟ ଘଟଣା । ପରିବାର ଲୋକଙ୍କ ସମ୍ମୁଖରେ ପ୍ରେମିକାର ନାକ କାଟି ଦେଲା ପ୍ରେମିକ । ଆହତ ପ୍ରେମିକାକୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆହତ ପ୍ରେମିକାଙ୍କ ପରିବାର ଲୋକେ ଏ ନେଇ ନୂଆପଲ୍ଳୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ପ୍ରେମିକକୁ ଧରିବାକୁ ଜୋରଦାର ଚଢ଼ଉ କରାଯାଉଛି ବୋଲି ଥାନାର ଇନ୍ସପେକ୍ଟର ବିଶ୍ୱରଂଜନ ସାହୁ ସୂଚନା ଦେଇଛନ୍ତି । ଶ୍ରୀ ସାହୁ କହିଛନ୍ତି ଯେ, ସାଲିଆ ସାହି ଖିଲାର ବସ୍ତିରେ ରହୁଥିବା ଯୁବତୀ ଜଣଙ୍କ ସାଲିଆ ସାହିର ଟିନା ନାମକ ଯୁବକଙ୍କୁ ଭଲ ପାଉଥିଲେ । ଟିନା ଅନ୍ୟ କେଉଁ ଝିଅ ସହ କଥା ହେଉଥିବା ବିଷୟ ପ୍ରେମିକା ଜାଣିବା ପରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଟିନା ଉତକ୍ଷିପ୍ତ ହୋଇ ପ୍ରେମିକାଙ୍କ ଘରେ ପହଚିଂଥିଲା । ପରିବାର ଲୋକେ ଘରେ ଥିବା ସମୟରେ ସେଠାରେ ଝଗଡା କରିବା ସହ ପ୍ରେମିକାର ନାକକୁ କାଟି ଦେଇ ଚମ୍ପଟ ମାରିଥିଲା । ଏ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ପ୍ରେମିକାକୁ ଧରିବାକୁ ଜୋରଦାର ଉଦ୍ୟମ କରୁଥିବା ଥାନା ଅଧିକାରୀ କହିଛନ୍ତି ।