ଭଦ୍ରକ: ପ୍ରେମିକାର ଘରକୁ ଜାଳିଦେଲା ପ୍ରେମିକ । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ । ସୂଚନା ଅନୁୟାଯୀ , ପ୍ରେମିକାର ପରିବାର ସଦସ୍ୟ ମାନଙ୍କୁ ହତ୍ୟା କରିବାର ଧମକ ଦେଉଥିଲା ପ୍ରେମିକ । ଭଲ ପାଇବାରେ ଯୁବକ ଜଣକ ଏତେ ବୁଡ଼ି ରହିଥିଲେ ଯେ, ପ୍ରେମିକା ପାଇଁ ସବୁ କିଛି କରିବାକୁ ପ୍ରସ୍ତୁତ ଥିଲେ । ହେଲେ କୁଆଡେ ପ୍ରମିକାଠାରୁ ପ୍ରତାରଣା ପାଇବା ପରେ ଏମିତି କିଛି ଥିଲା ଜଣେ ସଚ୍ଚା ପ୍ରେମିକର ଧମକ । ପ୍ରେମିକର କଥାରେ ଯୁବତୀ ଜଣକ ରାଜି ନହେବାରୁ, ସତ ସତିକା ପ୍ରେମିକାର ଘର ଜାଳିଦେଲା । ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆନନ୍ଦପୁର ପଞ୍ଚାୟତ ଗୋପାଳ ସାହିରେ । ଆଉ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି ପ୍ରେମିକାର ପରିବାର ।