17.1 C
Bhubaneswar
Friday, December 19, 2025
Homeଓଡିଶାପ୍ରଭୁଙ୍କ ଲୀଳା : ପ୍ରଭାତୀ ପରିଡ଼ା

ପ୍ରଭୁଙ୍କ ଲୀଳା : ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ପୁରୀରେ ଆଡ଼ପ ମଣ୍ଡପ ବିଜେ ପହଣ୍ଡି ସମୟରେ ବଡ଼ଠାକୁର ଚାରମାଳରେ ଖସି ପଡ଼ିବା ଘଟଣା ସଂପର୍କରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  କହିଛନ୍ତି, ଏହା ଲୀଳାମୟଙ୍କ ଲୀଳା। ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛୁ। ଅଘଟଣ ପରେ ସେବାୟତଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। କାହାରି କିଛି କ୍ଷତି ହୋଇନାହିଁ। ପ୍ରାଥମିକ ଚିକିତ୍ସା ପରେ ସେବାରେ ସାମିଲ ହୋଇଛନ୍ତି ସେବାୟତ। ସେହିପରି ରଥ ଉପରୁ ଆଡ଼ପ ମଣ୍ଡପକୁ ପହଣ୍ଡି ବେଳେ ଚାରମାଳ ଉପରେ ବଡଠାକୁର ପ୍ରଭୁ ବଳଭଦ୍ର ମୁହଁ ମାଡି ପଡିଯିବାକୁ ମହାପ୍ରଭୁଙ୍କ ଲୀଳା ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ମନ୍ତ୍ରୀ କହିଛନ୍ତି ଯେ, ମହାପ୍ରଭୁ ରଥଯାତ୍ରାକୁ ସୁଚାର ଓ ଶୃଙ୍ଖଳିତ ରୂପେ ଅନୁଷ୍ଠିତ କରାଇଲେ । ଏବେ ଇଚ୍ଛାଧାରୀ ପ୍ରଭୁ ଲୀଳା ଦେଖାଇଛନ୍ତି । ଚାରମାଳ ଉପରେ ଖସିପଡିବା ତାଙ୍କର ଲୀଳା ହୋଇପାରେ । ଏହି ଘଟଣାରେ କାହାର କିଛି ଭୁଲ ନାହିଁ । ମହାପ୍ରଭୁଙ୍କ ଲୀଳା କେବଳ ସେ ଜାଣନ୍ତି । ଆଗାମୀ ଦିନରେ ବାହୁଡା ଯାତ୍ରା ଓ ନୀଳାଦ୍ରି ବିଜେକୁ କିପରି ଆହୁରି ଶୃଙ୍ଖଳିତ ଭାବେ ଅନୁଷ୍ଠିତ କରାଯିବ ସେନେଇ ବିଭିନ୍ନ ନିଯୋଗ ସହ ଆଲୋଚନା କରାଯାଇଛି।ପ୍ରକାଶ ଥାଉକି, ଗତକାଲି ଆଡ଼ପ ମଣ୍ଡପ ବିଜେ ବେଳେ ପ୍ରଭୁ ବଳଭଦ୍ର ମୁହଁ ମାଡି ତଳେ ଖସି ପଡିଥିଲେ । ଏହି ଘଟଣାରେ ୧୦ ରୁ ଅଧିକ ସେବାୟତ ଆହତ ହୋଇଥିଲେ। ଅଧିକାଂଶ ସେବାୟତଙ୍କ ହାତ, ଗୋଡରେ ଆଘାତ ଲାଗିଛି। ତେବେ କେହି ଗୁରୁତର ନାହାଁନ୍ତି। ଚିକିତ୍ସା ପରେ ସମସ୍ତଙ୍କୁ ଡିସଚାର୍ଜ କରଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking