29.1 C
Bhubaneswar
Wednesday, July 3, 2024
Homeଓଡିଶାକୂଅରେ ପଡି ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

କୂଅରେ ପଡି ଚାଲିଗଲା ଦାଦା, ପୁତୁରାଙ୍କ ଜୀବନ

ଭୁବନେଶ୍ୱର : ଜଟଣୀ ମ୍ୟୁନିସିପାଲଟି ଅନ୍ତର୍ଗତ ୧୨ ନମ୍ବର ୱାର୍ଡ ଅନ୍ତର୍ଗତ ଗୋଡା ଧର୍ମସାଗର ଅଂଚଳରେ ଘଟିଛି ଅଭାବନୀୟ ଘଟଣା । କୂଅରେ ପଡି ଦାଦା ଓ ପୁତୁରାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ରବିବାର ସଂଧ୍ୟାରେ ନିଖିଳ ନାମକ ଜଣ ଯୁବକ କୂଅରୁ ପାଣି କାଢୁଥିଲେ । ଏହି ସମୟରେ ହଠାତ୍ ନିଖିଳଙ୍କ ଗୋଡ ଖସିଯାଇଥିଲା । ଆଉ ନିଖିଳଙ୍କୁ ବଂଚାଇବାକ ଯାଇ ତାଙ୍କ ଦାଦା ଦୁଲା ନାୟକ କୂଅକୁ ଡେଇଁ ପଡିଥିଲେ । ଏବଂ ଦୁଇ ଜଣ କୂଅରେ ବୁଡି ଯାଇଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ହୋଇଥିଲା । ତେବେ ଏନେଇ ସୂଚନା ପାଇଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ଉଭୟଙ୍କୁ କୂଅରୁ ଉଦ୍ଧାର କରି ଶବକୁ ପୋଷ୍ଟମର୍ଟମ ପାଇଁ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି । ଏବଂ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking