18.1 C
Bhubaneswar
Saturday, November 23, 2024
Homeଓଡିଶାପାଣିରେ ବୁଡି ଚାଲିଗଲା ୬ ଜଣଙ୍କ ଜୀବନ

ପାଣିରେ ବୁଡି ଚାଲିଗଲା ୬ ଜଣଙ୍କ ଜୀବନ

ଅଧାରେ ରହିଲା ଚାକିରି କରିବାର ସ୍ବପ୍ନ । ପାଠ ପଢି ଚାକିରି କରିଥାଆନ୍ତେ ହେଲେ କିଏ ଜାଣିଥିଲା ସ୍ବପ୍ନ ସାକାର ହେବା ପୂର୍ବରୁ ଘଟିଯିବ ଏପରି ଅଘଟଣ । ପରୀକ୍ଷା ଦେଇ ଭୁବନେଶ୍ବରରୁ ଘରକୁ ଫେରିବା ବାଟରେ ଉଠାଇ ନେଲା ଯମ । ଖବର ଅନୁଯାୟୀ, ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢୀ ଗାଁର ତାରିଣୀ ପ୍ରସାଦ ତାଙ୍କ ସାଙ୍ଗ ମାନଙ୍କ ସହ ଓଡ଼ିଶା ଜଏଣ୍ଟ ଇନଣ୍ଟ୍ରାନ୍ସ ଦେଇ ଫେରିବା ବାଟରେ କାଠଯୋଡ଼ି ନଦୀକୁ ଗାଧୋଇବା ଲାଗି ଯାଇଥିଲେ। ଗାଧେଇବା ସମୟରେ ତାରିଣୀ ପ୍ରସାଦ ନଦୀର ଗଣ୍ତ ଭିତରକୁ ପଶି ବୁଡ଼ିଯାଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପରେ ଘରକୁ ଆଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏନେଇ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା ।

ସେପଟେ ଗୁଜୁରାଟ ବୋଟାଦ ସହର ନିକଟସ୍ଥ କୃଷ୍ଣା ସାଗର ହ୍ରଦରେ  ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଥମେ ୨ ଜଣ ନାବାଳକ ହ୍ରଦରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ମଧ୍ଯ ପାଣିକୁ ଡ଼େଇଁ ପଡ଼ିଥିଲେ। ଗଭୀର ପାଣି ଯୋଗୁଁ ୩ ଜଣ ନିଜକୁ ବଞ୍ଚାଇପାରିନଥିଲେ ।

ଖବର ପାଇ ପୋଲିସ ଓ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା ।ମୃତ ବାଳକମାନଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।

ଅଧାରେ ରହିଲା ଚାକିରି କରିବାର ସ୍ବପ୍ନ । ପାଠ ପଢି ଚାକିରି କରିଥାଆନ୍ତେ ହେଲେ କିଏ ଜାଣିଥିଲା ସ୍ବପ୍ନ ସାକାର ହେବା ପୂର୍ବରୁ ଘଟିଯିବ ଏପରି ଅଘଟଣ । ପରୀକ୍ଷା ଦେଇ ଭୁବନେଶ୍ବରରୁ ଘରକୁ ଫେରିବା ବାଟରେ ଉଠାଇ ନେଲା ଯମ । ଖବର ଅନୁଯାୟୀ, ରାଇରଙ୍ଗପୁର  ଟାଉନ ଥାନା ଅନ୍ତର୍ଗତ କୁଚେଇବୁଢୀ ଗାଁର ତାରିଣୀ ପ୍ରସାଦ ତାଙ୍କ ସାଙ୍ଗ ମାନଙ୍କ ସହ ଓଡ଼ିଶା ଜଏଣ୍ଟ ଇନଣ୍ଟ୍ରାନ୍ସ  ଦେଇ ଫେରିବା ବାଟରେ କାଠଯୋଡ଼ି ନଦୀକୁ ଗାଧୋଇବା ଲାଗି ଯାଇଥିଲେ।

ଗାଧେଇବା ସମୟରେ ତାରିଣୀ ପ୍ରସାଦ ନଦୀର ଗଣ୍ତ ଭିତରକୁ ପଶି ବୁଡ଼ିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ ନେଇଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ମୃତଦେହକୁ ବ୍ୟବଚ୍ଛେଦ ପରେ ଘରକୁ ଆଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଏନେଇ ଗାଁରେ ଶୋକାକୂଳ ପରିବେଶ ଦେଖାଦେଇଥିଲା ।

ସେପଟେ ଗୁଜୁରାଟ ବୋଟାଦ ସହର ନିକଟସ୍ଥ କୃଷ୍ଣା ସାଗର ହ୍ରଦରେ ବୁଡ଼ି ୫ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ପ୍ରଥମେ ୨ ଜଣ ନାବାଳକ ହ୍ରଦରେ ଗାଧୋଇବା ସମୟରେ ବୁଡ଼ି ଯାଇଥିଲେ । ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ମଧ୍ଯ ପାଣିକୁ ଡ଼େଇଁ ପଡ଼ିଥିଲେ। ଗଭୀର ପାଣି ଯୋଗୁଁ ୩ ଜଣ ନିଜକୁ ବଞ୍ଚାଇପାରିନଥିଲେ ।

ଖବର ପାଇ ପୋଲିସ ଓ ଅଗ୍ନଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚି ୫ ଜଣଙ୍କୁ ଉଦ୍ଧାର କରିଥିଲେ ସୁଦ୍ଧା ସେତେବେଳକୁ ସେମାନଙ୍କ ମୃତ୍ୟୁ ହୋଇସାରିଥିଲା ।ମୃତ ବାଳକମାନଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking