27.1 C
Bhubaneswar
Sunday, September 29, 2024
Homeଓଡିଶାଶଶୁର ପାଇଁ ଚାଲିଗଲା ଜ୍ବାଇଁର ଜୀବନ

ଶଶୁର ପାଇଁ ଚାଲିଗଲା ଜ୍ବାଇଁର ଜୀବନ

ମୟୂରଭଞ୍ଜ : ଶଶୁର ପାଇଁ ଚାଲିଗଲା ଜ୍ବାଇଁର ଜୀବନ। ବିଧବା ହୋଇଗଲା ଝିଅ। ଶଶୁରକୁ ଖୋଜିବା ପାଇଁ ଯାଉଥିବା ବେଳେ ହାତୀ ଆକ୍ରମଣରେ ଜ୍ୱାଇଁ ମୃତ। ନିଜ ସ୍ତ୍ରୀ ସହିତ ଜଙ୍ଗଲ ରାସ୍ତାରେ ଶଶୁରଙ୍କୁ ଖୋଜିବା ପାଇଁ ଜରକ ପଞ୍ଚାୟତର ପାଣପୋଷି ଯିବା ସମୟରେ ହାତୀ ହାବୁଡ଼ରେ ପଡିଯିବାରୁ ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ। ଏପରି ଦୁଃଖଦ ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ରେଞ୍ଜ ମହୁଲଡିହା ଥାନା ଅନ୍ତର୍ଗତ ନୋଟ ହୁଡିସାହିରୁ । ଶଶୁର ଜାଣ୍ଡାଇ ବାନରା ଘରକୁ ନଫେରିବାରୁ ନିକଟସ୍ଥ ପାଣପୋଷି ଗାଁକୁ ଖୋଜିବାପାଇଁ ଯାଉଥିବା ବେଳେ ଅସୁରଖାଲ ( ନୋଟ ହୁଡିସାହି) ଜଙ୍ଗଲ ରାସ୍ତାରେ ହଠାତ୍ ଦନ୍ତାହାତୀ ହାବୁଡ଼ରେ ପଡି ଆକ୍ରମଣର ଶିକାର ହୋଇଥିଲେ। ଦନ୍ତାହାତୀଟି ଶୁଣ୍ଢରେ ଟେକି କଚାଡି ଦେବାରୁ ଘଟଣାସ୍ଥଳରେ ହିଁ ସାତାରି ବାନରା ମୃତ୍ୟୁ ବରଣ କରିଥିବା ବେଳେ ସ୍ତ୍ରୀ ବାଲମା ବାନରା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣା ସମ୍ପର୍କରେ ଖବରପାଇ ସାତକୋଶିଆ ରେଞ୍ଜଅଧିକାରୀ ରବୀନ୍ଦ୍ର ମହାନ୍ତ ମହୁଲଡିହା ଥାନା ଅଧିକାରୀ ସଂଜୀବ କୁମାର ପରିଡା ଏବଂ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲ ପଠାଇ ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି ।

ତେବେ ଗତ ଦୁଇଦିନ ମଧ୍ୟରେ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ଗୁରୁତର ଆହତ ହଇ କେନ୍ଦୁଝର ମେଡ଼ିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜିପୁଣି ହାତୀ ଆକ୍ରମଣରେ ଜଣକର ମୃତ୍ୟୁ ହଇଥିବା ଘଟଣା ପ୍ରଚାରିତ ହେବାପରେ କରଞ୍ଜିଆ ବନଖଣ୍ଡରେ ଏବେ ଲୋକେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । କରଞ୍ଜିଆ ବନଖଣ୍ଡର ବିଭିନ୍ନ ଗ୍ରାମରେ ଏବେ ୧୧ଟିକିଆ ହାତୀପଲର ଉପଦ୍ରଵ ଜାରି ରହିଛି । ସେହିପରି ସାତକୋଶିଆ ରେଞ୍ଜ ଅଞ୍ଚଳରେ ୧୭ ଟି ହାତୀ ଅଛନ୍ତି। ତେବେ ମୟୂରଭଞ୍ଜ ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଛି। ନଷ୍ଟ ହେଉଛି ବ୍ୟାପକ ଧନଜୀବନ ଏବଂ ଫସଲ। ଏସବୁକୁ ଦୃଷ୍ଟିରେ ରଖି ସରକାର ମୟୂରଭଞ୍ଜକୁ ହାତୀ ପ୍ରବଣ ଜିଲ୍ଲା ଘୋଷଣା କରି ଦେଉଥିବା କ୍ଷତିପୂରଣ ବୃଦ୍ଧି କରିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଉଛି। ମାତ୍ର ଜିଲ୍ଲାର ଦାୟିତ୍ୱସଂପନ୍ନ ଲୋକପ୍ରତିନିଧି ବିଧାନସଭାର ଶୀତକାଳୀନ ଅଧିବେଶନରେ ଜିଲ୍ଲା ବିଭାଜନ ପ୍ରସଙ୍ଗ ଉପସ୍ଥାପନ କରିବାକୁ ଉଚିତ ମଣିଥିଲେ ମଧ୍ୟ ଗାଁ ଠୁ ସହର ହାତୀ ଦ୍ବାରା ପ୍ରଭାବିତ ହେଉଥିବା ସତ୍ତ୍ୱେ ଏହି ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ ନ କରିବା କ୍ଷୋଭର ବିଷୟ ବୋଲି ସବୁ ମହଲରେ ଆଲୋଚନା ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking