27.1 C
Bhubaneswar
Saturday, June 22, 2024
Homeଓଡିଶାପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

ପୋଖରୀରେ ବୁଡି ଚାଲିଗଲା ବୃଦ୍ଧଙ୍କ ଜୀବନ

କେନ୍ଦୁଝର : ପୋଖରୀରେ ବୁଡି ଜଣେ ବୃଦ୍ଧ ମୃତ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନର୍ଦା ଗାଁରେ ଘଟିଛି ଏଭିଳି ଘଟଣା । ମୃତ ବୃଦ୍ଧ ଜଣଙ୍କ ନର୍ଦା ଗାଁର କୀର୍ତ୍ତନ ବେହେରା ବୋଲି ଜଣାପଡିଛି । ସୂଚନା ଅନୁସାରେ , ପ୍ରବଳ ତାତି ଓ ଗୁଳୁଗୁଳି ରାଜ୍ୟରେ ଜାରିରହିଛି ଗତକାଲି । ତେବେ ଏଥିପାଇଁ କୀର୍ତ୍ତନ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଆଉ ଏହି ସମୟରେ ତାଙ୍କର ଗୋଡ ଖସିଯାଇଥିଲା । ଏବଂ ସେ ପାଣିରେ ବୁଡି ଯାଇଥିଲେ । ତେବେ ବହୁତ ସମୟ ହେବ ସେ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ପତ୍ତା ମିଳିନଥିଲା । ଶେଷରେ ତାଙ୍କର ମୃତଦେହ ପାଣିରେ ଭାସୁଥିବାର ପରିବାର ଲୋକ ଦେଖିଥିଲେ । ତେବେ ଏନେଇ ପୋଲିସ ଖବର ପାଇବା ପରେ ଘଟଣା ସ୍‌ଥଳରେ ପହଂଚି ମୃତଦେହକୁ ଜବତ କରିବା ସହ ଷବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇଛି । ଏବଂ ଘଟଣା ସ୍ଥଳରେ ଅଧିକ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking