25.1 C
Bhubaneswar
Monday, October 21, 2024
Homeଓଡିଶାଟ୍ରକ୍ ଚକା ତଳେ ଚାଲିଗଲା ମାଆର ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ ଓ ନାତି

ଟ୍ରକ୍ ଚକା ତଳେ ଚାଲିଗଲା ମାଆର ଜୀବନ, ଅଳ୍ପକେ ବର୍ତ୍ତିଲେ ପୁଅ ଓ ନାତି

ନୀଳଗିରି: ଚାରିଆଡେ ପାର୍ବଣର ମାହୋଲ । ବିଭିନ୍ନ ସ୍ଥାନରେ ଲୋକେ ପୂଜା ଦେଖିବାକୁ ଯାଉଛନ୍ତି । ଏହାରି ଭିତରେ ନଜର ଆସିଛି ଦୁଃଖଦ ଖବର । ଶାରଦୀୟ ପୂଜାବେଳେ ନଜର ଆସିଛି ଅଭାବନୀୟ ଘଟଣା । ପୁଅ ଓ ନାତିଙ୍କ ଆଗରେ ଚାଲିଯାଇଛି ମାଆଙ୍କ ଜୀବନ । ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଚଣ୍ଡୀପୁର ଅଞ୍ଚଳରେ ଘଟିଛି ।

ସୂଚନାଥାଉକି, ବାଲେଶ୍ଵର ଭୀମପୁରା ଅଞ୍ଚଳର ରାଜେନ୍ଦ୍ର ଦାସଙ୍କ ସ୍ତ୍ରୀ ପଦ୍ମାବତୀ ତାଙ୍କ ପୁଅ ଓ ନାତିଙ୍କ ସହ ଏକ ସ୍କୁଟି ଗାଡ଼ିରେ ଯାଉଥିଲେ । ହଠାତ ଭାରସାମ୍ୟ ହରାଇରୁ ବାସ୍କୁଟିରୁ ଖସି ପିଚୁ ରାସ୍ତାରେ କଚାଡି ପଡ଼ିଥିଲେ । ସେହି ରାସ୍ତାରେ ଏକ ଟ୍ରକ ଆସୁଥିବା ବେଳେ ତାଙ୍କର ମୁଣ୍ଡ ଉପରେ ଚଢ଼ି ଯାଇଥିଲା । ଘଟଣା ସ୍ଥଳରେ ତାଙ୍କର ମୃତ୍ୟ ହୋଇଥିବା ବେଳେ ପୁଅ ଓ ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି । ନୀଳଗିରି ପୋଲିସ ଘଟଣା ସ୍ଥଳରେ ଯାଇ ତଦନ୍ତ କରିବା ସହ ଦୁର୍ଘଟଣା ଘଟାଇଥିବା ଗାଡିକୁ ଜବତ କରିବା ମୃତଦେହ ଉଦ୍ଧାର କରିଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking