27.1 C
Bhubaneswar
Friday, July 5, 2024
Homeଅପରାଧଭୁଲ ଇଞ୍ଜେକସନ ନେଲା ନାବାଳକଙ୍କ ଜୀବନ

ଭୁଲ ଇଞ୍ଜେକସନ ନେଲା ନାବାଳକଙ୍କ ଜୀବନ

ଯାଜପୁର : ଭୁଲ ଇଞ୍ଜେକସନ ନେଲା ନାବାଳକଙ୍କ ଜୀବନ । ଅପରେସନ ହେବା ପୂର୍ବର ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକସନ ଦେଇଥିଲେ ଡାକ୍ତର ହେଲେ ଇଞ୍ଜେକସନ ଦେବା ପରେ ପିଲାଟିର ଜୀବନ ଚାଲିଯାଇଥିଲା । ଯାଜପୁର ଜିଲ୍ଲାର ୧୪ ବର୍ଷୀୟ ରଶ୍ମୀରଞ୍ଜନ ମଲ୍ଲିକଙ୍କ । ସାମାନ୍ୟ ଅପରେସନ ହେବାକୁ ଥିବା ବେଳେ ପରିବାର ଲୋକେ ତାଙ୍କୁ କଟକର ଏକ ନର୍ସିଂହୋମରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସମସ୍ତ ପରୀକ୍ଷା କରାଯାଇଥିଲା । ଅପରେସନ ପୂର୍ବରୁ ପିଲାଟିକୁ ବାନ୍ତି ଓ ଗ୍ୟାସ୍‌ ପାଇଁ ଇଞ୍ଜେକସନ ଦିଆଯାଇଥିଲା । ହେଲେ ଇଞ୍ଜେକସନ ଦେବା ପରେ ପିଲାଟି ବେହୋସ ହୋଇପଡ଼ିଥିଲା। ଏହାପରେ ତାଙ୍କର ଆଉ ଚେତା ଆସିନଥିଲା । କିଛି ସମୟ ପରେ ନାବାଳକଟିର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଭୁଲ ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking