ନୂଆଦିଲ୍ଲୀ: ଶାରୀରିକ ସଂପର୍କ ସ୍ଥାପନ ପାଇଁ ବିଭିନ୍ନ ଲୋକ ବିଭିନ୍ନ ପ୍ରକାରର ଉପାୟ ଆପଣେଇ ଥାଆନ୍ତି । କେହି କେହି ଅପରପକ୍ଷକୁ ଭାବପ୍ରବଣ କରି ତାହା ହାସଲ କରିବାକୁ ଚାହାନ୍ତି ତ ପୁଣି କେହି ଡରେଇ ଧମକେଇ । ମାତ୍ର ଜଣେ ଘର ମାଲିକ ଯୌନ ସଂପର୍କ ସ୍ଥାପନ ପାଇଁ ଯେଉଁ ପଥ ଅବଲମ୍ବନ କରିଥିଲେ ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଘର ମାଲିକ ଜଣକ ତାଙ୍କ ଭଡ଼ାଟିଆଙ୍କୁ ଭଡ଼ା ଟଙ୍କା ବଦଳରେ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିବାକୁ ଦାବି କରୁଥିଲେ । ଘର ମାଲିକ ଜଣକ ୩୦ ଜଣ ଭଡ଼ାଟିଆଙ୍କଠାରୁ ଏହି ଦାବି କରିଥିବା ସୂଚନା ରହିଛି । ଜାଣିବାକୁ ମିଳିଛି ଯେ ଏ ସମସ୍ତ ଭଡ଼ାଟିଆ ଖୁବ୍ କମ୍ ଦରମାରେ କାମ କରୁଥିଲେ । ସେମାନଙ୍କ ଆର୍ôଥକ ସଂକଟ ଜାଣିପାରି ଘର ମାଲିକ ସେମାନଙ୍କଠାରୁ ଏଭଳି ଦାବି କରୁଥିଲେ । ମାମଲାଟି ହେଉଛି ଆମେରିକାର ନ୍ୟୁ ଜର୍ସିର । ସେଠାରେ ମାଉଣ୍ଟେନ୍ସାଇଡ୍ ନାମକ ଏକ ସ୍ଥାନରେ ରହୁଥିବା ୭୫ ବର୍ଷୀୟା ବୃଦ୍ଧ ଜୋଶେଫ୍ ସେଣ୍ଟାନି ଏବେ ସୁଦ୍ଧା ଏଭଳି ସମୁଦାୟ ୪୨ଟି ଅପରାଧ କରି ସାରିଥିବା ଅଭିଯୋଗ ହୋଇଛି । ଏଲିଜାବେଥ୍ ସହରରେ ଜୋଶେଫ୍ଙ୍କର ୧୮ଟି ନିମ୍ନ ମୂଲ୍ୟର ବାସପଯୋଗୀ ଜାଗା ରହିଛି । ସେ ୨୦୧୩ରୁ ୨୦୨୦ ମଧ୍ୟରେ ୨୨ ରୁ ୬୧ ବର୍ଷୀୟ ପୁରୁଷ ଏବଂ ମହିଳାଙ୍କୁ ଯୌନ ସଂପର୍କ ବଦଳରେ ଭଡ଼ା କମ୍ କରିବାର ଅଫର ଦେଉଥିଲେ । ତାଙ୍କୁ ୨୦୨୧ ମସିହା ଜୁନ୍ରେ ଗିରଫ କରାଯାଇଛି । ପୂର୍ବରୁ ତାଙ୍କ ଉପରେ ୩୭ କୋଟି ଟଙ୍କାର ଜରିମାନା ଲଗାଯାଇଥିଲ ।