ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ମୋରଡା ଜେଏମଏଫସି କୋର୍ଟ ଆଜି ଏକ ଚୋରି ମାମଲାର ଶୁଣାଣି କରିଛନ୍ତି l ଅଭିଯୁକ୍ତକୁ ଦୁଇବର୍ଷ ଶଶ୍ରମ କାରାଦଣ୍ଡ ସହ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି କୋର୍ଟ।ସୂଚନାଯୋଗ୍ୟ ଯେ ମୋରଡା ଥାନା ଅନ୍ତର୍ଗତ ଟିଆସିଁ ଗ୍ରାମର ପେଶାଦାର ଅପରାଧି ସଞ୍ଜିତ ନାୟକ ଅରଫ ଗୁଲଠୁ କୁ ଜେଏମଏଫସି କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ସଞ୍ଜିତ ନାୟକ ଅରଫ ଗୁଲଠୁ ନାମରେ ବିଭିନ୍ନ ଥାନାରେ ଅନେକ ମାମଲା ରୁଜୁଥିବା ଜଣାପଡିଛି । ତେବେ ଘରେ ପଶି ଚୋରି କରିଥିବା ମାମଲାର ମୋରଡା ଜେଏମଏଫସି କୋର୍ଟରେ ଶୁଣାଣି ଥିଲା । ମୋରଡା ଥାନା ଅନ୍ତର୍ଗତ ସମାୟଡିହି ଗ୍ରାମର ଭୁଗୁଲ ମାରାଣ୍ଡି ଙ୍କ ଘରୁ ଚାଉଳ,ଘଙ୍ଗୁରୁ, ଟର୍ଚ ଓ କୁକୁଡ଼ା ଚୋରି ହୋଇଥିବା ଲିଖିତ ଅଭିଯୋଗ ମୋରଡା ଥାନାରେ ହୋଇଥିଲା । ଯାହାକୁନେଇ ମୋରଡା ପୋଲିସ ତଦନ୍ତ ପରେ ଟିଆସିଁ ଗ୍ରାମର ସଞ୍ଜିତ ନାୟକ ଅରଫ ଗୁଲଠୁ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଉକ୍ତ ଘଟଣାର ବିଚାର ମୋରଡା ଜେଏମଏଫସି କୋର୍ଟରେ ଚାଲିଥିଲା । ଆଜି ଉକ୍ତ ଘଟଣାର ବିଚାରରେ ଛଅ ଜଣଙ୍କର ସାକ୍ଷୀଙ୍କ ବୟାନ ରେକର୍ଡ ହୋଇଥିବା ଜଣାପଡିଛି । ସାକ୍ଷୀ ପ୍ରମାଣକୁ ଭିତ୍ତିକରି ମୋରଡା ଜେଏମଏଫସି କୋର୍ଟର ମାଜିଷ୍ଟ୍ରେଟ ସିପ୍ରା ପ୍ରିୟଦର୍ଶିନୀ ଅଭିଯୁକ୍ତ ସଞ୍ଜିତ ନାୟକ ଅରଫ ଗୁଲଠୁଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଦୁଇବର୍ଷ ସଶ୍ରମ କାରାଦଣ୍ଡ ଓ କ୍ଷତିପୂରଣ ବାବଦକୁ ଦୁଇ ହଜାର ଟଙ୍କା ଜୋରିମାନା ଆଦେଶ ହୋଇଥିବା ସୂଚନା ଦେଇଛନ୍ତି ସରକାରୀ ଏପିପି ସମ୍ବିତ ଦାସ । ଉକ୍ତ ମାମଲାର ଯୁକ୍ତି ବାଢିଥିଲେ ସରକାରୀ ଓକିଲ ସମ୍ବିତ ଦାସ।