21.1 C
Bhubaneswar
Monday, November 18, 2024
Homeଦେଶ ବିଦେଶରାଫେଲ ଚୁକ୍ତି ପ୍ରସଙ୍ଗ : ଏମ୍‌ବିଡିଏ କ୍ଷେପଣାସ୍ତ୍ର କମ୍ପାନୀ ଉପରେ ଜୋରିମାନା

ରାଫେଲ ଚୁକ୍ତି ପ୍ରସଙ୍ଗ : ଏମ୍‌ବିଡିଏ କ୍ଷେପଣାସ୍ତ୍ର କମ୍ପାନୀ ଉପରେ ଜୋରିମାନା

ନୂଆଦିଲ୍ଲୀ: ଫ୍ରାନ୍ସ ନିକଟରୁ ୫୯ ହଜାର କୋଟି ଟଙ୍କାରେ ୩୬ଟି ଅତ୍ୟାଧୁନିକ ରାଫେଲ ଯୁଦ୍ଧବିମାନ କିଣିବାକୁ ଭାରତ ୨୦୧୬ରେ  ଚୁକ୍ତି ସ୍ୱାକ୍ଷରିତ କରିଛି । ଇତିମଧ୍ୟରେ ୩୨ଟି ରାଫେଲ ମିଳିସାରିଥିବାବେଳେ ଅବଶିଷ୍ଟ ୪ଟି ବିମାନ ଆସନ୍ତାବର୍ଷ ଜାନୁଆରୀ ସୁଦ୍ଧା ଭାରତରେ ପହଞ୍ଚିବ ବୋଲି ଜଣାପଡିଛି । ତେବେ ଉକ୍ତ ବିମାନରେ ଖଞ୍ଜାହେବାକୁ ଥିବା କ୍ଷେପଣାସ୍ତ୍ର ଏପର୍ଯ୍ୟନ୍ତ ମିଳିନଥିବାରୁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଉକ୍ତ କ୍ଷେପଣାସ୍ତ୍ର ନିର୍ମାଣକାରୀ କମ୍ପାନୀ ବିରୋଧରେ ୧ ନିୟୁତ ୟୁରୋ ଜୋରିମାନା ଲାଗୁ କରାଯାଇଛି ।

ଡାସଲ୍ଟ ଆଭିଏସନ କମ୍ପାନୀ ରାଫେଲ ବିମାନ ଯୋଗାଇଥିବାବେଳେ ଏଥିରେ ଏମ୍‌ବିଡିଏ କ୍ଷେପଣାସ୍ତ୍ର ଖଞ୍ଜାଯିବା କଥା । ତେବେ ଏହି କମ୍ପାନୀ ଏପର୍ଯ୍ୟନ୍ତ ଭାରତକୁ ଏହି କ୍ଷେପଣାସ୍ତ୍ର ଯୋଗାଇବାରେ ବିଫଳ ହୋଇଛି । ଇତିମଧ୍ୟରେ ଏମ୍‌ବିଡିଏ କମ୍ପାନୀ ପକ୍ଷରୁ କ୍ଷତିପୂରଣ ମିଳିସାରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking