27.1 C
Bhubaneswar
Sunday, July 7, 2024
Homeଦେଶ ବିଦେଶବିଦ୍ରୋହୀ ଶିବସେନା ଓ ଏନ୍‌ସିପି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ; ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି...

ବିଦ୍ରୋହୀ ଶିବସେନା ଓ ଏନ୍‌ସିପି ବିଧାୟକଙ୍କ ସଭ୍ୟପଦ ରଦ୍ଦ ପ୍ରସଙ୍ଗ; ଡିସେମ୍ବର ୩୧ ସୁଦ୍ଧା ନିଷ୍ପତ୍ତି ନେବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ

ନୂଆଦିଲ୍ଲୀ :  ମହାରାଷ୍ଟ୍ରରେ ଶିବସେନା ଓ ଏନ୍‌ସିପି ଶିବିରରେ ଉପୁଜିଥିବା ପୃଥକ ଗୋଷ୍ଠୀ ବିବାଦ ବର୍ତ୍ତମାନ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି । ଏହି ପରିପ୍ରେକ୍ଷୀରେ ଡିସେମ୍ବର ୩୧ ସୁଦ୍ଧା ଚୂଡାନ୍ତ ନିଷ୍ପତ୍ତି ନେବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟ ଖଣ୍ଡପୀଠ ସୋମବାର ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ରାହୁଲ ନରୱେକରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଏକନାଥ ସିନ୍ଦେଙ୍କ ନେତୃତ୍ୱରେ ଶିବସେନାର ୪୦ରୁ ଅଧିକ ବିଧାୟକ ଗତବର୍ଷ ଜୁନ୍‌ରେ ଦଳରୁ ବାହାରି ଆସି ବିଜେପି ସହ ମେଣ୍ଟ କରିବା ଫଳରେ ଉଦ୍ଧବ ଠାକ୍‌ରେ ସରକାରଙ୍କ ପତନ ଘଟିଥିଲା । ଏହି ପରିପ୍ରେକ୍ଷୀରେ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ଠାକ୍‌ରେ ଗୋଷ୍ଠୀ ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଥିଲେ । ପୁନଶ୍ଚ ଚଳିତବର୍ଷ ଜୁଲାଇରେ ଅଜିତ ପୱାରଙ୍କ ନେତୃତ୍ୱରେ ଏନ୍‌ସିପିର ୯ ଜଣ ବିଧାୟକ ଶିବସେନା-ବିଜେପି ମେଣ୍ଟ ସରକାରରେ ଯୋଗଦେଇଛନ୍ତି । ବିଦ୍ରୋହୀ ଏନ୍‌ସିପି ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ମଧ୍ୟ ଏନ୍‌ସିିପି ସୁପ୍ରିମୋ ଶରଦ ପୱାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ପୃଥକ ପିଟିସନ ଦାଏର କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking