23.1 C
Bhubaneswar
Saturday, October 19, 2024
Homeଦେଶ ବିଦେଶଗାଜାରେ ପଶିଲେ ଇସ୍ରାଏଲ ସେନା

ଗାଜାରେ ପଶିଲେ ଇସ୍ରାଏଲ ସେନା

ତେଲ୍‌ ଆବିଭ୍‌ : ଦୀର୍ଘ ତିନି ସପ୍ତାହ ଧରି ଗାଜା ପଟି ଉପରେ ଆକାଶ ମାର୍ଗରୁ ଆକ୍ରମଣ ଜାରି ରଖିଥିବା ଇସ୍ରାଏଲ ସେନା ବୁଧବାର ରାତିରେ ସ୍ଥଳ ପଥରୁ ଆକ୍ରମଣ ଆରମ୍ଭ କରିଛି। ଏଥିପାଇଁ ଇସ୍ରାଏଲ ସେନା ଆଇଡିଏଫ୍‌ ସମସ୍ତ ପ୍ରସ୍ତୁତି ଶେଷ କରିଥିଲା। ବୁଧବାର ରାତିରେ ଇସ୍ରାଏଲର ବହୁ ସଂଖ୍ୟକ ଟ୍ୟାଙ୍କ ଗାଜା ସୀମା ଅତିକ୍ରମ କରିଥିଲାବେଳେ ବହୁ ସଂଖ୍ୟକ ସୈନିକ ଗାଜାରେ ପ୍ରବେଶ ସହ ଘରକୁ ଘର ଯାଞ୍ଚ ଆରମ୍ଭ କରିଛନ୍ତି।

ଉପଗ୍ରହ ଓ ଗୁଇନ୍ଦା ମାଧ୍ୟମରେ ସଂଗୃହୀତ ସୂଚନା ଆଧାରରେ ହମାସ୍‌ ଆତଙ୍କବାଦୀ ଓ ସମର୍ଥକ ଲୁଚିଥିବା ସ୍ଥାନରେ ଚଢ଼ଉ କରାଯାଇଛି। ରାତି ସାରା ଚଢ଼ଉ ପରେ ଆଇଡିଏଫ୍‌ ବାହିନୀ ଫେରିଆସିଛି; ତେବେ ଭୂପୃଷ୍ଠରୁ ଏହା ବିଧିବଦ୍ଧ ଆକ୍ରମଣ ନୁହେଁ; ଯଥା ସମୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ ଏବଂ ଏହାର ସମୟ ପ୍ରକାଶ କରାଯିବ ନାହିଁ। ଗାଜା ଉପରେ ସମନ୍ବିତ ଆକ୍ରମଣ ପୂର୍ବରୁ ଏହା କେବଳ ଅଭ୍ୟାସ ବୋଲି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ କହିଛନ୍ତି। ଅକ୍ଟୋବର ୭ରେ ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ହମାସ୍‌ର ଅତର୍କିତ ଆକ୍ରମଣ ଇସ୍ରାଏଲ ଭୁଲିବ ନାହିଁ। ଏହା ଦେଶର ଇତିହାସରେ ଏକ କଳାଦାଗ ଏବଂ ଏହା ଲିଭାଇବାକୁ ଇସ୍ରାଏଲ ବଦ୍ଧ ପରିକର ବୋଲି ସେ କହିଛନ୍ତି।

ଆଇଡିଏଫ୍‌ ନିଶାଣରେ ହମାସ୍‌ର ଗୁପ୍ତ ଆଡ୍ଡା ଥିବା ସୁଦୀର୍ଘ ସୁଢ଼ଙ୍ଗ ରହିଛି। ଏହାକୁ ଧ୍ବଂସ କରିବା ନେଇ ଆଇଡିଏଫ୍‌ ସ୍ବତନ୍ତ୍ର ଯୋଜନା ପ୍ରସ୍ତୁତ କରିଛି। ଗାଜା ସୀମାନ୍ତରେ ହମାସ୍‌ର ପ୍ରାୟ ୧୩୦୦ ସୁଢ଼ଙ୍ଗ ରହିଛି; ଯାହାକି ପ୍ରାୟ ୫୦୦କିଲୋମିଟର ଦୀର୍ଘ। ମାଟି ତଳେ ରହିଥିବା ଏହି ସୁଢ଼ଙ୍ଗ ପ୍ରାୟ ୨ମିଟର ଗୋଲେଇ ବିଶିଷ୍ଟ ହୋଇଥିବାବେଳେ ଏଥିରେ ହମାସ୍‌ର ଅସ୍ତ୍ରଶସ୍ତ୍ର ସହ ହମାସ୍‌ କମାଣ୍ଡରମାନେ ଲୁଚି ରହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking