27.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶଇସ୍ରାଏଲ- ହେଜବୁଲ୍ଲା ଯୁଦ୍ଧ ହେଲା ଆହୁରି ଭୟଙ୍କର

ଇସ୍ରାଏଲ- ହେଜବୁଲ୍ଲା ଯୁଦ୍ଧ ହେଲା ଆହୁରି ଭୟଙ୍କର

ନୂଆଦିଲ୍ଲୀ: ଇସ୍ରାଏଲର ହମାସ ଓ ହିଜବୁଲ୍ଲା ସହ ଜାରି ଯୁଦ୍ଧ ଲଗାତାର ତୀବ୍ର ହେବାରେ ଲାଗିଛି। ଏପରିକି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ଉପରେ ମଧ୍ୟ ଶନିବାର ଆକ୍ରମଣ କରିବାର ଚେଷ୍ଟା କରାଯାଇଛି। ହେଜବୁଲ୍ଲା ସିଧାସଳଖ ଭାବରେ ତାଙ୍କ ଘର ଉପରେ ଡ୍ରୋନ୍ ଆଟାକ୍ କରିଛି, ଯେଉଁଥିରେ ତାଙ୍କର କୌଣସି କ୍ଷୟକ୍ଷତି ହୋଇନି। ନେତନ୍ୟାହୁ ଆକ୍ରମଣ ସମୟରେ ତାଙ୍କ ଘରେ ନଥିଲେ। ଏହା ଭିତରେ ଆକ୍ରମଣର ଏକ ଫଟୋ ମଧ୍ୟ ସାମନାକୁ ଆସିଛି। ଫଟୋରୁ ଜଣାପଡୁଛି, ହେଜବୁଲ୍ଲାର ଦୁଃସାହାସ କେଉଁଭଳି ବିପଦଜନକ ହୋଇପାରେ। ଫଟୋରେ ଦେଖିବାକୁ ମିଳୁଛି ନେତନ୍ୟାହୁଙ୍କ ବେଡରୁମ୍ ଉପରେ ଆଟାକ୍ ହୋଇଛି। ଏଥିରେ ତାଙ୍କ ଝରକା ନଷ୍ଟ ହୋଇଯାଇଛି। ଏହା ସ୍ପଷ୍ଟ ଯେ, ହେଜବୁଲ୍ଲାର ଡ୍ରୋନ୍ ଆଟାକ୍ ପୁରା ସଠିକ ଟାର୍ଗେଟ ଥିଲା। ଏହି ଆକ୍ରମଣରେ ଯଦିଓ ନେତନ୍ୟାହୁଙ୍କୁର କୌଣସି କ୍ଷତି ହୋଇନିଳ କିନ୍ତୁ ଇସ୍ରାଏଲର ଏଜେନ୍ସି ଚିନ୍ତାରେ ଅଛି। ଭବିଷ୍ୟତରେ ଏପରି ବଡ଼ ଆକ୍ରମଣ ଯଦି ସଠିକ ଭାବରେ ହୁଏ ତେବେ ଅଧିକ କ୍ଷତି ହୋଇପାରେ। ଏହି ଡ୍ରୋନ୍ ଲେବାନନ୍‌ରୁ ଫାୟର ହୋଇଛି, ଯାହାକି ସିଧା ସଳଖ ତାଙ୍କ ବେଡରୁମ୍ ଝରକାରେ ଆସି ମାଡ଼ ହୋଇଛି। ଝରକାର କାଚ ଯଦିଓ ଭାଙ୍ଗି ଯାଇଛି, କିନ୍ତୁ ଭିତରକୁ ପଶି ପାରିନି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking