27.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶ୧୩ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିରୋଧରେ କୋର୍ଟ ଶୁଣାଇଲେ ଏହିପରି ରାୟ....

୧୩ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ବିରୋଧରେ କୋର୍ଟ ଶୁଣାଇଲେ ଏହିପରି ରାୟ….

ନୂଆଦିଲ୍ଲୀ : ଇଣ୍ଡୋନେସିଆରେ ଜଣେ ଶିକ୍ଷକ ନିଜ କୁକର୍ମ ପାଇଁ ମୃତ୍ୟୁଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଏଠାରେ କୋର୍ଟ ତାଙ୍କୁ ମୃତ୍ୟୁଦଣ୍ଡ ଶୁଣାଇଛନ୍ତି । ଏହି ଶିକ୍ଷକ ଇସ୍‌ଲାମିକ ସ୍କୁଲରେ ୧୩ ଜଣ ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିଲେ । ଏଥି ପୂର୍ବରୁ ଫେବୃଆରୀରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । କିନ୍ତୁ ଏହାକୁ ଅଭିଯୋଜନ ପକ୍ଷ ବିରୋଧ କରିଥିଲେ ଏବଂ ମୃତ୍ୟୁଦଣ୍ଡ ଦାବି କରିଥିଲେ । ରିପୋର୍ଟ ମୁତାବକ, ଏହି ସ୍କୁଲ ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ହେରୀ ୱିରାୱନ ନାମକ ଶିକ୍ଷକଙ୍କ କୁକର୍ମ ପଦାରେ ପଡ଼ିଥିଲା ଏବଂ ଇଣ୍ଡୋନେସିଆରେ ଧାର୍ମିକ ବୋର୍ଡିଂ ସ୍କୁଲର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । କେମିତି ପିଲାମାନଙ୍କୁ ସ୍କୁଲରେ ସୁରକ୍ଷିତ ରଖାଯାଇ ପାରିବ, ତାହାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇଥିଲା । ସୋମବାର ହାଇକୋର୍ଟ ଏହି ମାମଲାରେ ନିଜର ନିଷ୍ପତ୍ତି ଶୁଣାଇ ଶିକ୍ଷକଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି ।

କୋର୍ଟ ୱେବ୍‌ସାଇଟରେ ଯେଉଁ ବୟାନ ଜାରି କରାଯାଇଛି, ତାହା ମୁତାବକ, ‘ଆମେ ଦୋଷୀଙ୍କୁ ଏହି ମାମଲାରେ ମୃତ୍ୟୁଦଣ୍ଡ ଶୁଣାଉଛୁ’ । ସେପଟେ ଦେଶର ଶିଶୁ ସୁରକ୍ଷା ମନ୍ତ୍ରୀ ମଧ୍ୟ ଏହି ସମ୍ବେଦନଶୀଳ ମାମଲାରେ ମୃତ୍ୟୁଦଣ୍ଡ ଦିଆଯିବାକୁ ସମର୍ଥନ ଜଣାଇଛନ୍ତି । ଯଦିଓ ଦେଶର ମାନବାଧିକାର ଆୟୋଗ ଏଭଳି ଦଣ୍ଡାଦେଶକୁ ବିରୋଧ କରିଛନ୍ତି । ଆୟୋଗ କହିଛନ୍ତି ଯେ, ଏହା ଉଚିତ ହୋଇନି । ଅନ୍ୟପକ୍ଷରେ ଶିକ୍ଷକଙ୍କ ଓକିଲ ଏହି ମାମଲାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି । ସୂଚନାଯୋଗ୍ୟ, ୨୦୧୬ରୁ ୨୦୨୧ ମଧ୍ୟରେ ହେରୀ ୱିରାୱନ ଏଭଳି କାଣ୍ଡ ଘଟାଇଥିଲେ । ସେ ୧୨ରୁ ୧୬ ବର୍ଷର ଛାତ୍ରୀମାନଙ୍କୁ ଟାର୍ଗେଟ କରି ସେମାନଙ୍କ ସହିତ ଯୌନ ଶୋଷଣ କରିଥିଲେ । ସେଥି ମଧ୍ୟରୁ ୮ ଜଣ ଛାତ୍ରୀ ଗର୍ଭବତୀ ହୋଇଥିଲେ । ଏହି କଥା ଫେବୃଆରୀରେ ନ୍ୟାୟାଧୀଶ କୋର୍ଟରେ ଶୁଣାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking