18.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବୁଲେଟ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ

ବୁଲେଟ୍‌ ପାଇଁ ବୋହୂକୁ ମାରିଦେଲେ ଶାଶୁଘର ଲୋକେ

ପାଟନା: ବୁଲେଟ୍‌ ପାଇଁ ବୋହୂକୁ ହତ୍ୟାକଲେ ଶାଶୁଘର ଲୋକେ । ଯୌତୁକରେ ବୋହୂ ବୁଲେଟ୍‌ ଆଣିଲାନି ବୋଲି ଶାଶୁଘର ଲୋକେ ତାଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି । ଖାଲି ହତ୍ୟା ତ ନୁହେଁ ହତ୍ୟା ଦୋଷରୁ ମୁକୁଳିବା ପାଇଁ ବୋହୂର ମୃତଦେହକୁ ଗାଏବ କରିଦିଆଯାଇଛି । ପରେ ବୋହୂ ଫେରାର ହୋଇଯାଥିବା ଅଭିଯୋଗ ମଧ୍ୟ କରିଛନ୍ତି ଶାଶୁଘର ଲୋକ । ଏନେଇ ମୃତ ମହିଳାଙ୍କ ବାପଘର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ପୋଲିସ ଶାଶୁଘରର ୮ଜଣ ସଦସ୍ୟଙ୍କୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏପରି ଏକ ଘଟଣା ଘଟିଛି ବିହାରର ଶାହପୁର ଥାନା ଅନ୍ତର୍ଗତ ଈଶ୍ୱରପୁର ଗାଁରେ । ସୂଚନା ମୁତାବକ ୧୧ ଡିସେମ୍ୱର ୨୦୨୦ରେ ବୀରେନ୍ଦ୍ର ସିଂହଙ୍କ ୨୫ ବର୍ଷୀୟ ଝିଅ ଲଭଲୀ କୁମାରୀଙ୍କ ବିବାହ ରାମଅବତାର ସିଂହଙ୍କ ପୁଅ ଜୟ ଗୋବିନ୍ଦ ସିଂହଙ୍କ ସହ ହୋଇଥିଲା । ବିବାହର କିଛି ଦିନ ଯାଏଁ ସବୁକିଛି ଠିକ୍‌ଠାକ୍‌ ଚାଲିଥିଲା । ହେଲେ ବାହାଘରର କିଛି ଦିନ ବିତିବାପରେ ଲଭଲୀଙ୍କୁ ତାଙ୍କ ଘରୁ ଏକ ବୁଲେଟ୍‌ ଆଣିବାକୁ ଶାଶୁଘର ଲୋକେ କହିଥିଲେ । ସ୍ୱାମୀ, ଶାଶୁ, ଶ୍ୱଶୁର ଓ ନଣନ୍ଦ ଏଥିପାଇଁ ଲଭଲୀଙ୍କୁ ନିର୍ଯାତନା ଦେବା ସହ ମାଡ଼ ମଧ୍ୟ ମାରୁଥିଲେ । ଏନେଇ ବାହାରେ ମୁହଁ ଖୋଲିଲେ ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦିଆଯାଉଥିଲା । ଲଭଲୀଙ୍କ ପରିବାର ଲୋକ ଗରିବ ହୋଇଥିବାରୁ ମୁହଁ ମଧ୍ୟ ଖୋଲୁନଥିବା ଥାନାରେ ଅଭିଯୋଗ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking