29.1 C
Bhubaneswar
Sunday, October 20, 2024
Homeଓଡିଶାଅଣ୍ଡା ଦର ବୃଦ୍ଧି ଦାବିରେ ଧାରଣା : ଆନ୍ଧ୍ର ଗାଡ଼ିକୁ ଅଟକାଇଲେ କୁକୁଡ଼ା ଚାଷୀ

ଅଣ୍ଡା ଦର ବୃଦ୍ଧି ଦାବିରେ ଧାରଣା : ଆନ୍ଧ୍ର ଗାଡ଼ିକୁ ଅଟକାଇଲେ କୁକୁଡ଼ା ଚାଷୀ

ଯାଁଳା : ରାଜ୍ୟ ଅଣ୍ଡା ଉତ୍ପାଦନକାରୀ ଚାଷୀମାନେ ଜାତୀୟ ଅଣ୍ଡା ସଂଯୋଜକ କମିଟି (ଏନ୍‌ଇସିସି) ଯୋଗୁଁ ପ୍ରବଳ କ୍ଷତି ସହୁଥିବା ଅଭିଯୋଗ କରି ଓଡ଼ିଶାର ଲେୟର କୁକୁଡ଼ା ଚାଷୀ ଦରବୃଦ୍ଧି ଦାବିରେ ୧୬ ନମ୍ବର ଜାତୀୟ ରାଜପଥ ଗଙ୍ଗପଡା ଛକ ଠାରେ ଧାରଣା ଦେଇଛନ୍ତି । ରାସ୍ତାରେ ଅଣ୍ଡା ଭାଙ୍ଗି କୁକୁଡ଼ା ଚାଷୀ ଏନ୍‌ଇସିସି ଚାଷୀ ମାରଣ ନୀତି ବିରୋଧରେ ବିଭିନ୍ନ ନାରାବାଜି ଦେଇଥିଲେ । ଆନ୍ଧ୍ରରୁ ଆସିଥିବା ଅଣ୍ଡା ବୋଝେଇ ଟ୍ରକକୁ ଅଟକାଇଥିଲେ । ଓଡ଼ିଶା ରାଜ୍ୟ ଲେୟାର କୁକୁଡ଼ା ଆସୋସିଏସନର ଚେୟାରମ୍ୟାନ୍ ମାନସ ମଙ୍ଗରାଜ ଆନ୍ଦୋଳନର ନେତୃତ୍ୱ ନେଇଥିଲେ ।
ଚାଷୀଙ୍କ ଅଭିଯୋଗ ଅନୁସାରେ ବର୍ତ୍ତମାନ ଓଡ଼ିଶାରେ ଗୋଟିଏ କୁକୁଡ଼ା ଅଣ୍ଡାର ଉତ୍ପାଦନ ଖର୍ଚ୍ଚ ୪ଟଙ୍କା ୮୦ପଇସା । କିନ୍ତୁ ଏନ୍‌ଇସିସି ଚାଷୀଙ୍କୁ ବିକ୍ରି ପାଇଁ ୩ ଟଙ୍କା ୮୬ ପଇସା ଦର ଧାର୍ଯ୍ୟ କରିଛି । ଚାଷୀ ୩ ଟଙ୍କା ୮୦ପଇସା ଦରରେ ବିକ୍ରି କରୁଥିଲେ ବି ବଜାରରେ ଖାଉଟି ୬ ଟଙ୍କା କମ୍‌ରେ ଅଣ୍ଡାଟିଏ ପାଉନାହିଁ । ଫଳରେ ଉଭୟ ଚାଷୀ ଓ ଖାଉଟି କ୍ଷତିଗ୍ରସ୍ତ ହେଉଛନ୍ତି । ମଝିରେ ଏନ୍‌ଇସିସି ଓ ତାର ପୋଷା ସଂସ୍ଥା ମାନେ ଦଲାଲଗିରି କରି ଫାଇଦା ଉଠାଉଛନ୍ତି । ଉଭୟ ଚାଷୀ ଓ ଖାଉଟିଙ୍କୁ ଶୋଷଣ କରୁଛନ୍ତି । ଏନ୍‌ଇସିସି ଚାଷୀଙ୍କୁ କୁକୁଡା ଚିକ୍ ବିକ୍ରି କରି ମୁଣ୍ଡ ପିଛା ଅଣ୍ଡାର ବିକ୍ରି ଦର ହ୍ରାସ କରି ଓଡ଼ିଶା ଚାଷୀଙ୍କୁ କ୍ଷତି ମୁହଁକୁ ଠେଲି ଦେଉଥିବା ଚାଷୀ ଅଭିଯୋଗ କରିଛନ୍ତି । ତେଣୁ ଓଡ଼ିଶା ଚାଷୀ ଏଣିକି ଏନ୍‌ଇସିସି ଅଧୀନରେ ରହିବେ ନାହିଁ ବୋଲି କହିଥିଲେ । ସରକାର ଚାଷୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡ଼ିଶା କୁକୁଡ଼ା ଚାଷୀଙ୍କ ପାଇଁ ସିଧାସଳଖ ଅଣ୍ଡା ଦର ଧାର୍ଯ୍ୟ କରିବାକୁ ଚାଷୀମାନେ ଦାବି କରିଛନ୍ତି । ଆନ୍ଦୋଳନରେ ଓଡ଼ିଆ ଲେୟାର କୁକୁଡ଼ା ଆସୋସିଏସନର ଉପସଭାପତି ଦେବଦତ୍ତ ବିଶ୍ୱାଳ, ସମ୍ପାଦକ ସରୋଜ ପାତ୍ର, କୋଷାଧ୍ୟକ୍ଷ ସନ୍ତୋଷ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking