27.1 C
Bhubaneswar
Monday, September 23, 2024
Homeଓଡିଶାସ୍ତ୍ରୀ ସହ ଯାହା କଲା ସ୍ୱାମୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସ୍ତ୍ରୀ ସହ ଯାହା କଲା ସ୍ୱାମୀ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କନ୍ଧମାଳ : ସ୍ତ୍ରୀ କୁ ମାରି ଜଙ୍ଗଲରେ ଫିଙ୍ଗିଦେଲା ଜଘନ୍ୟ ସ୍ୱାମୀ । ଦାରିଙ୍ଗବାଡ଼ି ଥାନା ବି. ଡକେବାଡ଼ି ଗାଁ ରେ ଘଟିଛି ଘଟଣା । ମୃତକ ଜଣକ ହେଲେ ବି. ଡକେବାଡ଼ି ଗ୍ରାମର ସାନ୍ତନା ନାୟକ । ହତ୍ୟାର କାରଣ ଅସ୍ପଷ୍ଟ ରହିଛି । ସ୍ୱାମୀ ମିତୁ ପ୍ରଧାନକୁ ଅଟକ ରଖି ଦାରିଙ୍ଗବାଡ଼ି ଥାନା ପୋଲିସର ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳକୁ ଆସୁଛି ସାଇଣ୍ଟିଫିକ ଟିମ ।

ସୂଚନା ପ୍ରକାରେ ଦାରିଙ୍ଗବାଡି ଥାନା ଅନ୍ତର୍ଗତ ବି.ଡକେବାଡ଼ିର ବଡଧାଡ଼ି ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ବଡ଼ଧାଡ଼ି ଗ୍ରାମର ମିଥୁନ ପ୍ରଧାନଙ୍କ ସ୍ତ୍ରୀ ସାନ୍ତନା ନାୟକ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ବୁଧବାର ଦିନ ପରିବାର ଲୋକ ଖୋଜାଖୋଜି କରିବା ପରେ ଗୁରୁବାର ଦିନ ଗାଁ ନିକଟ ଅରିବାଲି ପାହାଡ଼ରେ ଖୋଜାଖୋଜି କରିବାବେଳେ ମୃତ ଶରୀର ଦେଖିବାକୁ ପାଇଥିଲେ।

ଏନେଇ ତାଙ୍କ ସାନ ଭଉଣୀ ଦାରିଙ୍ଗବାଡି ଥାନାକୁ ସୂଚନା ଦେଇଥିଲେ । ପୋଲିସ ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ମିଥୁନ ପ୍ରଧାନଙ୍କ ଘରେ ପହଞ୍ଚି ତଦନ୍ତ କରିବାବେଳେ ମିଥୁନ ନିଜ ସ୍ତ୍ରୀର ବେକକୁ ଗାମୁଛାରେ ଗୁଡ଼ାଇ ହତ୍ୟା କରି ଅରିବାଲି ପାହାଡ଼ରେ ଫୋପାଡ଼ି ଦେଇଥିବା ସ୍ୱୀକାର କରିଥିଲେ ।
ପୋଲିସ ମିଥୁନ ପ୍ରଧାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି । ମିଥୁନ ଗତ ୭ ବର୍ଷ ପୂର୍ବେ ସାନ୍ତନାକୁ ପ୍ରେମ ବିବାହ କରିଥିବାବେଳେ ତାଙ୍କର ଏକ ୭ ବର୍ଷର ପୁଅ ରହିଛି । ପରିବାର ଲୋକଙ୍କୁ ଉପଯୁକ୍ତ ନ୍ୟାୟ ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ବିଧାନ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking