ଭୋପାଳ: ଦିଲ୍ଲୀର ଶ୍ରଦ୍ଧା ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଥିବାବେଳେ ଆଉ ଏକ ଭୟଙ୍କର ହତ୍ୟା ଖବର ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ଅଭିଯୁକ୍ତ ଅଭିଜିତ ପଟିଦାର ନିଜ ପତ୍ନୀଙ୍କୁ ହକ୍ୟା କରି ମୃତଦେହ ସହିତ ଏକ ଭିଡିଓ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛି ।
ଏହି ଘଟଣାର ଏକ ସପ୍ତାହ ବିତିଗଲାଣି, କିନ୍ତୁ ପୋଲିସ ଏବେ ବି ଅଭିଯୁକ୍ତକୁ ଗିରଫ କରିପାରିନାହିଁ । ତେବେ ଜବଲପୁରର ମେଖଲା ରିସର୍ଟର ଏକ କୋଠରୀରୁ ପୀଡିତାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।
ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଆଶ୍ଚର୍ଯ୍ୟଜନକ ଭିଡିଓରେ ଅଭିଜିତ କୁହନ୍ତି, “ବେୱାଫାଇ ନାହି କରନେ କା” (ଅର୍ଥାତ୍ ବିଶ୍ୱାସଘାତକତା କର ନାହିଁ) । ତା’ପରେ ସେ ମୃତଦେହ ଉପରେ ପଡ଼ିଥିବା ଏକ କମ୍ବଳକୁ ହଟାଇ ମୃତଦେହକୁ ଦେଖାଉଛି । ଆଉ ଏକ ଭିଡିଓରେ ଅଭିଜିତ କହୁଛି ଯେ ତାର ମୃତ ପତ୍ନୀ ଜିତେନ୍ଦ୍ର କୁମାର ନାମକ ଜଣେ ବ୍ୟକ୍ତି ସହ ଅବୈଧ ସଂପର୍କ ରଖିଥିଲା । ଜିତେନ୍ଦ୍ର ତାହାର ବ୍ୟବସାୟ ଅଂଶୀଦାର ବୋଲି ବି ଅଭିଜିତ କହିଛି । ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି ।