19.1 C
Bhubaneswar
Friday, November 22, 2024
Homeଅପରାଧସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ

ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ

ଲକ୍ଷ୍ନୌ: ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ସବୁକିଛି ଠିକ୍ ଠାକ୍ ଚାଲିଥିଲା । ହେଲେ ହଠାତ୍ ବୈବାହିକ ଜୀବନରେ ଝଡ଼ ସୃଷ୍ଟି ହୋଇଥିଲା । ଆଉ ସବୁକିଛି ଓଲଟପାଲଟ ହୋଇଗଲା । ସ୍ତ୍ରୀ ନିଶାଦ୍ରବ୍ୟ ସେବନ କରି ଦିନ ଦିନ ଧରି ବାହାରେ ରହିବାରୁ ସ୍ୱାମୀର ସନ୍ଦେହ ଆସିଥିଲା । ଶେଷରେ ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ଯୋଜନା କରିଥିଳା । ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ । ଉତ୍ତରପ୍ରଦେଶର ସୀତାପୁରରେ ଜଣେ ମହିଳାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗି ଦିଆଯାଇଛି । ହତ୍ୟାକାରୀ ଆଉ କେହି ନୁହଁନ୍ତି ବରଂ ମହିଳାଙ୍କ ସ୍ୱାମୀ ଏଭଳି କାଣ୍ଡ ଭିଆଇଛନ୍ତି । ସ୍ତ୍ରୀ ଉପରେ ସନ୍ଦେହ ଆସିବାରୁ ବ୍ୟକ୍ତି ଜଣକ ହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ, ନଭେମ୍ବର ୮ରେ ସୀତାପୁର ଜିଲ୍ଲାର ରାମପୁର କଲାଂ ଥାନା ଅନ୍ତର୍ଗତ ଗୁଲ୍‌ରିହା ଅଞ୍ଚଳରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା ।

ମୃତକଙ୍କ ନାଁ ଜ୍ୟୋତି ଓରଫ ସ୍ନେହା ବୋଲି ଜଣାପଡ଼ିଥିଲା । ଏହି ମାମଲାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ପଙ୍କଜ ମୌର୍ଯ୍ୟ ଓ ଦୁର୍ଜନ ପାସିଙ୍କୁ ଗିରଫ କରି ପଚରାଉଚରା କରିଥିଲା । ଏହାପରେ ପୁରା ଘଟଣା ସାମ୍ନାକୁ ଆସିଥିଲା । ମିଳିଥିବା ସୂଚନା ଅନୁସାରେ, ପଙ୍କଜଙ୍କ ପତ୍ନୀ ହେଉଛନ୍ତି ସ୍ନେହା । ଜଣେ ସହଯୋଗୀଙ୍କ ସହ ମିଶି ପତ୍ନୀଙ୍କୁ ହତ୍ୟା କରିଥିବା ପଙ୍କଜ ସ୍ୱୀକାର କରିଛି । ଏହାସହ ହତ୍ୟା ପଛର କାରଣ ମଧ୍ୟ ସେ ଖୁଲାସା କରିଛି । ପୋଲିସକୁ ଦେଇଥିବା ବୟାନରେ ପଙ୍କଜ କହିଛି, ସ୍ନେହା ନିୟମିତ ଭାବେ ନିଶାଦ୍ରବ୍ୟ ସେବନ କରୁଥିଲେ । ଏପରିକି ବହୁତ ଦିନ ଧରି ସେ ଅନ୍ୟ କାହା ଘରେ ରହୁଥିଲେ । ଏହାପରେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା । ଫଳରେ ପତ୍ନୀଙ୍କୁ ହତ୍ୟା ପାଇଁ ପଙ୍କଜ ଯୋଜନା କରିଥିଲା । ଜଣେ ସହଯୋଗୀଙ୍କ ସହ ମିଶି ପଙ୍କଜ, ସ୍ନେହାଙ୍କୁ ମାରିଥିଲା । ଏହାପରେ ମୃତଦେହକୁ ପିସ୍ ପିସ୍ କରି ବାହାରେ ଫିଙ୍ଗି ଥିଲା । ୧୦ ବର୍ଷ ପୂର୍ବେ ପଙ୍କଜ ଓ ସ୍ନେହାଙ୍କ ବିବାହ ହୋଇଥିଲା । ହେଲେ ସ୍ତ୍ରୀ ତାଙ୍କୁ ଧୋକା ଦେଉଥିବା ପଙ୍କଜଙ୍କ ସନ୍ଦେହ ହୋଇଥିଲା । ଫଳରେ ସେ ପତ୍ନୀର ହତ୍ୟା କରିବାକୁ ପଛାଇ ନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking