ପାଟନା: ୨୦୦୬ ମସିହାରେ ହୋଇଥିବା ବାହାଘର । ଆଡମ୍ବରରେ ହିଁ ବାହାଘର ହୋଇଥିଲା । ହେଲେ ସ୍ତ୍ରୀ ଜାଣିନଥିଲା ସ୍ବାମୀ ଧୋକାଦେଇ ବାହା ହୋଇଛି । ସଙ୍ଗୀତାର ସରଳତାର ସୁଯୋଗ ନେଇ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲା ଧୋକେବାଜ । କିନ୍ତୁ ଯେତେବେଳେ ଇଚ୍ଛା ପୂରଣ ହେଲା ନାହିଁ ରାକ୍ଷାସ ପାଲଟିଗଲା ।
ଯାହାକୁ ସୁରକ୍ଷା କବଚ ଭାବି ସାତ ଜନ୍ମର ସାଥି କରିଥିଲା ସେ ହିଁ ସାଜିଲା ବଇରୀ । ଇହକାଳ ପରକାଳ ପାଇଁ ସାଥି ହେବାର କଥା ଦେଇଥିବା ସ୍ବାମୀ ୧୭ ବର୍ଷ ପରେ ସବୁଦିନ ପାଇଁ ପରକରିଦେଲା । ସମ୍ପତ୍ତିର ଲାଳସାରେ ବାୟା ହୋଇ ସ୍ତ୍ରୀକୁ ହତ୍ୟା କରି ପୋତି ଦେଲା ରାକ୍ଷାସ ସ୍ବାମୀ ।
ତେବେ ମୃତଦେହର ଖଣ୍ଡ ଶରୀରରକୁ ମାଟି ତଳୁ ବାହାର କରି ଖାଇଲେ ବୁଲା କୁକୁର । ଏଭଳି ଆଶ୍ଚର୍ଯ୍ୟଜନକ ଛାତିଥରା ଘଟଣା ସାମ୍ନାକୁ ଆସିଛି ବିହାରର ନାଳନ୍ଦାରୁ । କୁକୁରମାନେ ଖଣ୍ଡଖଣ୍ଡ ମାଂସ ଖାଉଥିବା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ ।
ପୋଲିସ ଖବର ପାଇ ମାଟିତଳୁ ମୃତ ଶରୀରର ଜବତ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଶ୍ବଶୁର ସତ ମାନିଛନ୍ତି । ମହିଳାଙ୍କ ହାତ, ଗୋଡ ଏବଂ ବେକକୁ ଉଦ୍ଧାର କରିଲା ପୋଲିସ । ମୃକ ମହିଳାଙ୍କ ନାମ ସଙ୍ଗିତା ଦେବୀ । ତେବେ ଅଭିଯୁକ୍ତ ସ୍ବାମୀକୁ ଖୋଜୁଛି ପୋଲିସ ।