ଭଦ୍ରକ: ଭଦ୍ରକର ଅତିରିକ୍ତ ଜିଲ୍ଲା ତଥା ଦୌରା ଜଜ୍ ଶ୍ରୀ ଆଶିଶ କୁମାର ତ୍ରିପାଠୀ ଏକ ବଧୂ ହତ୍ୟା ମାମଲାର ବିଚାର କରି ଦୋଶୀକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ବାଂଶଡ଼ା ଥାନା ଅନ୍ତର୍ଗତ କେସରପୁର ଗ୍ରାମର ଟୁଟୁ ଓରଫ କୈଳାସ ବାରିକ (୩୮)କୁ ଭାରତୀୟ ପିଙ୍ଗଳ କୋଡର ଦଫା ୩୦୨ରେ ଆଜୀବନ ଜେଲ ଦଣ୍ଡ ଓ ୫ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ୩ ମାସ ସଶ୍ରମ କାରାଦଣ୍ଡ , ୪୯୮(କ) ରେ ୩ ବର୍ଷ ଶସ୍ରମ କାରାଦଣ୍ଡ ଓ ୩ ହଜାର ଟଂକା ଓ ଅନାଦେୟ ପୁଣି ୩ ମାସ ଜେଲ ଓ ୩୦୪(ଖ) ଦଫାରେ ୧୦ ବର୍ଷ ଶସ୍ରମ କାରାଦଣ୍ଡ ଦୁଇ ହଜାର ଟଙ୍କା ଜୋରିମାନା ଓ ଅନାଦେୟ ପୁଣି ଦୁଇ ମାସ ସଶ୍ରମ କାରାଦଣ୍ଡ ସହ ଯୌତୁକ ନିରୋଧ ଆଇନର ଦଫା ଚାରି ଅନୁଯାୟି ୪ ମାସ କାରାଦଣ୍ଡ ସହ ୧୦୦୦ ଟଙ୍କା ଜୋରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି ।
ତେବେ ଆଇନ ଅନୁଯାୟି ସର୍ବୋଚ୍ଚ ଦଣ୍ଡ ଆଜୀବନ ଜେଲ ହୋଇ ଥିବାରୁ ଅଭିଯୁକ୍ତଙ୍କୁ କେବଳ ଆଜୀବନ ଜେଲ ଦଣ୍ଡ ହିଁ ଭୋଗିବାକୁ ପଡିବ ବୋଲି ମାନ୍ୟବର ଅତିରିକ୍ତ ଜିଲ୍ଲା ଜଜ୍ ତାଙ୍କ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ।
ବିବରଣୀ ଅନୁଯାୟି ସ୍ୱାମୀ ଟୁଟୁ ଓରଫ କାଳିଆ ଚାନ୍ଦବାଲି ଥାନା ଅନ୍ତର୍ଗତ ରଘୁନାଥ ଜିୟୁ ଗ୍ରାମର ଫକିର ଚରଣ ବାରିକଙ୍କ କନ୍ୟା ଗୌରୀଲତାଙ୍କୁ ୨୦୧୪ ମସିହା ଅକ୍ଟୋବର ମାସରେ ବିବାହ କରିଥିଲେ । ବିବାହ ସମୟରେ କୈଳାସ ପରିବାର ତରଫରୁ ନଗଦ ୫୦,୦୦୦ ଟଙ୍କା ସହ ସମସ୍ତ ଘର କରଣା ଜିନିଷ, ଗହଣା ଯୌତୁକ ଆକାରରେ ଦିଆ ଯାଇଥିଲା । ବିବାହର ମାତ୍ର ୮ ମାସ ପରେ ପୁଣି ଅଧିକ ଯୌତୁକ ଦାବି କରି ଗୌରିଲତାଙ୍କୁ ଶାରିରିକ ତଥା ମାନସିକ ଜିର୍ଯ୍ୟାତନା ଦେବା ସହ ମାରଧର କରୁଥିଲେ ।
ଉଭୟ ସ୍ୱାମୀ ସ୍ତ୍ରୀ ଗତ ୨୦୧୫ ମସିହା ଏପ୍ରିଲ ନଅ ତାରିଖ ନିଜ ବେଡ ରୁମରେ ରାତିରେ ଶୋଇଥିବା ସମୟେ ସ୍ୱାମୀ କାଳିଆ ଗୌରିମଣୀକୁ ମାଡମାତି ଏକ ଦଉଡିରେ ତଣ୍ଟିକୁ ଚାପି ଜୀବନରୁ ମାରି ଦେଇଥିଲା ।
ପରେ ତାକୁ ଡାକ୍ତରଖାନାକୁ ନେଈ ଆସିବା ପରେ ପିତା ଫକିର ଚରଣ ଖବର ପାଇ ତିହିଡି ମେଡିକାରେ ଯାଇ ଦେଖିଲେ ଗୌରିମଣିକୁ ହତ୍ୟା କରା ଯାଇ ଥିବା ଅଭିଯୋଗ କରି ଚାନ୍ଦବାଲି ଥାନାରେ ୯.୪.୨୦୧୫ରିଖରେ ଲିଖିତ ଭାବରେ ଜଣାଇବା ପରେ ଥାନା କେସ ନଂ-୬୮/ ୨୦୨୨ ଦଫା-୪୯୮(କ),୩୦୨,୩୦୪(ଖ) ଦଫାରେ ପୁଲିସ ସ୍ୱାମୀ କୈଳାସ ବାରିକକୁ ଗିରଫ କରି କୋର୍ଟଚାଲାଣ କରିଥିଲା । କୈଳାସର ଦୋଷ ସ୍ୱିକାର ଜମାନବନ୍ଦୀ ଓ ହତ୍ୟାରେ ବ୍ୟବହୃତ ଦଉଡିକୁ ପୁଲିସକୁ ଦେଇ ଥିବାର ବୟାନକୁ ଭିତ୍ତି କରି ଅଭିଯୁକ୍ତକୁ ଉପରୋକ୍ତ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି ।