ଗାଜିଆବାଦ: ଫେବ୍ରୁଆରି ୨୭ ତାରିଖ ଦିନ ସ୍ତ୍ରୀକୁ ହତ୍ୟା କରି ୧ ତାରିଖ ପର୍ଯ୍ୟନ୍ତ ଗୋଟିଏ ଘରେ ଶବ ସହିତ ଜଣେ ୫୫ ବର୍ଷିୟ ସେଲ୍ସ୍ମ୍ୟାନ୍ଙ୍କୁ ଶନିବାର ଦିନ ଗିରଫ କରିଛି ପୁଲିସ । ସ୍ତ୍ରୀର ଶବ ସେମିତି ବିଛଣାରେ ପଡ଼ି ରହିଥିଲା। ସନ୍ଦେହ କରି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବାରୁ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା। ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ଘରୁ ଦୁର୍ଗନ୍ଧ ବାହାରୁଥିଲା। ବିଛଣାରେ ଜଣେ ମହିଳାଙ୍କ ଶବ ପଡ଼ିଥିବା ଦେଖି ପଡ଼ୋଶୀମାନେ ପୁଲିସକୁ ଖବର ଦେଇଥିଲେ । ପୁଲିସ କହିଛି, ଆମ୍ବେଦକର ନଗରସ୍ଥିତ ଘରେ କୌଣସି କଥା ନେଇ ଯୁକ୍ତିତର୍କ କରିବା ପରେ ୫୫ ବର୍ଷିୟ ସେଲ୍ସ୍ମ୍ୟାନ୍ ଭରତ ୫୧ ବର୍ଷୀୟା ସୁନୀତାଙ୍କୁ ତଣ୍ଟିଚିପି ହତ୍ୟା କରିଥିଲା । ସ୍ତ୍ରୀ’କୁ ହତ୍ୟା କରିବା ପରେ ଭରତ ଘର ଭିତରେ ୩/୪ ଦିନ ରହିଥିଲା । କାର୍ଯ୍ୟକ୍ଷେତ୍ରକୁ ଯିବା ପାଇଁ ସେ ଶୁକ୍ରବାର ଦିନ ଘରୁ ବାହାରିଥିଲେ। ଶନିବାର ଦିନ ଦୁର୍ଗନ୍ଧ ହେବାରୁ ସ୍ଥାନୀୟ ବାସିନ୍ଦାମାନେ ସୁନୀତାଙ୍କର ମୃତ୍ୟୁ ଘଟିଥିବା କଥା ଜାଣିବାକୁ ପାଇଲେ। ଏହାପରେ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ
ଅଭିଯୁକ୍ତଙ୍କୁ ଗିରଫ କରିଯିବା ସହିତ ସୁନୀତାଙ୍କ ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଛନ୍ତି ।