31.1 C
Bhubaneswar
Saturday, September 14, 2024
Homeଦେଶ ବିଦେଶସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ୱାମୀ

ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ୱାମୀ

ବେଙ୍ଗାଲୁରୁ: ସ୍ତ୍ରୀକୁ ହତ୍ୟା କରି ଚାଲିଗଲା ସ୍ୱାମୀ । ଜାଣିପାରିଲାନି ପାଖରେ ଶୋଇଥିବା ସାଙ୍ଗ । ବେଙ୍ଗାଲୁରୁରେ ଘଟିଛି ଏଭଳି ହୃଦୟଥରା ଘଟଣା । ହତ୍ୟା ପଛର କାରଣ ସାମ୍ନାକୁ ଆସିନଥିବା ବେଳେ ସ୍ୱାମୀକୁ ଅଟକ ରଖିଛି ପୁଲିସ । କୁହାଯାଉଛି ଯେ, ସ୍ୱାମୀ ଉପରେ ରାଗି ନିଜ ସାଙ୍ଗଙ୍କୁ ଘରକୁ ଡାକିଥିଲେ ପୀଡ଼ିତା । ସାଙ୍ଗ ସହ ଭୋଜନ କରି ମଦ ପିଇବା ସହ ଦୁହେଁ ଶୋଇବାକୁ ଚାଲିଯାଇଥିଲେ । ହେଲେ ସକାଳୁ ଉଠିବା ବେଳକୁ ପୀଡ଼ିତାଙ୍କ ମୃତଦେହ ପାଖରେ ପଡ଼ିଥିବା ଦେଖି ତାଙ୍କ ସାଙ୍ଗ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହା ପରେ ପୁଲିସରେ ଅଭିଯୋଗ କରାଯିବାରୁ ଏବେ ପୁଲିସ ଅଭିଯୁକ୍ତ ସ୍ୱାମୀକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

ସୂଚନା ମୁତାବକ, ମୃତକଙ୍କ ନାମ ବି.ନବ୍ୟାଶ୍ରୀ ବୋଲି ଜଣାପଡ଼ିଥିବା ବେଳେ ସେ ଜଣେ ନୃତ୍ୟ ଶିକ୍ଷୟତ୍ରୀ ଥିଲେ । ବିବାହ ପାଇଁ ଘର ଲୋକ ରାଜି ନଥିଲେ ବି ସେ ସ୍ୱାମୀ କିରଣଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଆରମ୍ଭ ହୋଇଥିଲା । ସ୍ୱାମୀଙ୍କ ସହ ହେଉଥିବା ଝଗଡ଼ା ବିଷୟରେ ନବ୍ୟାଶ୍ରୀ, ନିଜ ବନ୍ଧୁ ଐଶ୍ୱର୍ଯ୍ୟାଙ୍କୁ ଜଣାଇଥିଲେ । ମୋ କାମକୁ ପସନ୍ଦ ନକରିବା ସହ ମୁଁ ଅନ୍ୟ କାହା ସହ ଅନୈତିକ ସମ୍ପର୍କ ରଖିଥିବା ନେଇ କିରଣ ସନ୍ଦେହ କରୁଥିବା କଥା ଐଶ୍ୱର୍ଯ୍ୟାଙ୍କୁ ଜଣାଇଥିଲେ ନବ୍ୟାଶ୍ରୀ ।

କିରଣ କିଛି ବି କରିପାରନ୍ତି ବୋଲି କହିବାରୁ ଐଶ୍ୱର୍ଯ୍ୟା, ନବ୍ୟାଶ୍ରୀଙ୍କ ସହ ତାଙ୍କ ଘରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଦୁହେଁ ରାତି ଖାଇବା ଖାଇ ମଦ ପିଇବା ସହ ଶୋଇବାକୁ ଚାଲି ଯାଇଥିଲେ । ସକାଳୁ ବେଡସିଟ୍ ଓଦା ଲାଗିବାରୁ ଐଶ୍ୱର୍ଯ୍ୟାଙ୍କ ନିଦ ଭାଙ୍ଗିଥିଲା । ପାଖରେ ଶୋଇଥିବା ନବ୍ୟାଶ୍ରୀଙ୍କ ରକ୍ତାକ୍ତ ଶରୀର ଦେଖି ସେ ଚମକି ପଡ଼ିଥିଲେ । ତୁରନ୍ତ ସେ ପଡୋଶୀଙ୍କୁ ଡାକିବା ସହ ପୁଲିସକୁ ଖବର ଦେଇଥିଲେ । ଶବ ବ୍ୟବଚ୍ଛେଦ ପରେ ଗଳା କଟାଯିବା ପୂର୍ବରୁ ନବ୍ୟାଶ୍ରୀଙ୍କୁ ମାଡ଼ ମରାଯାଇଥିବା କହିଥିଲେ ଡାକ୍ତର । ଏବେ ଐଶ୍ୱର୍ଯ୍ୟାଙ୍କ ଅଭିଯୋଗକ୍ରମେ ପୁଲିସ କିରଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking