କଟକ: ଏଣିକି ସ୍ୱାଭାବିକ୍ ଭାବେ ଶନିବାର ଦିନ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟ କାର୍ଯ୍ୟ କରିବ । ଏ ନେଇ ଆଜି ହାଇକୋର୍ଟ ରେଜିଷ୍ଟ୍ରାର୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଯଦିଓ ପୂର୍ବରୁ ସ୍ଥିର କରାଯାଇଥିଲା ଯେ ଅଗଷ୍ଟ ୨୪ ତାରିଖରେ ହାଇକୋର୍ଟ କାର୍ଯ୍ୟ କରିବ ତେବେ ରାଜ୍ୟ ସରକାରଙ୍କ ଶନିବାର କଟକଣାକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୮ ତାରିଖରେ ହାଇକୋର୍ଟ ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ ଉକ୍ତ ଦିବସର ଛୁଟିକୁ ଭରଣା କରିବାକୁ ଅକ୍ଟୋବର ୩୦ରେ ହାଇକୋର୍ଟ ଖୋଲା ରହିବ ।
ପୂର୍ବରୁ କୁହାଯାଇଛି ଯେ କଟକ, ଭୁବନେଶ୍ୱର ଓ ପୁରୀକୁ ବାଦ୍ ଦେଲେ ରାଜ୍ୟର ସମସ୍ତ ନିମ୍ନ ଅଦାଲତ ସ୍ୱାଭାବିକ୍ ଭାବେ କ୍ୟାଲେଣ୍ଡର୍ ଅନୁସାରେ ଶନିବାର ଚାଲିବ । କଟକ, ଭୁବନେଶ୍ୱର ଓ ପୁରୀରେ ଶନିବାର ଦିନ ନିମ୍ନ ଅଦାଲତ ଛାଲିବ ଚାଲିବ ନାହିିଁ ବୋଲି କୁହାଯାଇଛି । ହାଇକୋର୍ଟଙ୍କ ଅଗଷ୍ଟ ୩ ତାରିଖ ଆଦେଶନାମା ଅନୁସାରେ କଟକ, ଭୁବନେଶ୍ୱର ଓ ପୁରୀରେ ନିମ୍ନ ଅଦାଲତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରାର୍ ଜୁଡିସିଆଲ୍ଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଉପରୋକ୍ତ ବିଜ୍ଞପ୍ତି ସମ୍ପର୍କରେ ରାଜ୍ୟର ଏମ୍ଏସିଟି କୋର୍ଟ, ଇଣ୍ଡଷ୍ଟ୍ରିଆଲ୍ ଟ୍ରିବ୍ୟୁନାଲ୍, ପ୍ରିଜାଇଡିଂ ଅଫିସର୍ କୋ ଅପରେଟିଭ୍ ଟ୍ରିବ୍ୟୁନାଲ୍, ପ୍ରିଜାଇଡିଂ ଅଫିସର ଷ୍ଟେଟ୍ ଏଜୁକେଶନ୍ ଟ୍ରିବ୍ୟୁନାଲ୍, ଲେବର କୋର୍ଟ, ଏଣ୍ଡାଓମେଣ୍ଟ୍ କମିଶନର୍ ପ୍ରମୁଖଙ୍କୁ ଅବଗତ କରାଯାଇଛି ।