26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶମହାକାଶ ଗଲା ସବୁଠୁ ଓଜନିଆ ଉପଗ୍ରହ

ମହାକାଶ ଗଲା ସବୁଠୁ ଓଜନିଆ ଉପଗ୍ରହ

ଆନ୍ଧ୍ରପ୍ରଦେଶ: ସବୁଠୁ ଓଜନିଆ ଉପଗ୍ରହର ଉତ୍‌କ୍ଷେପଣ କରି ଇତିହାସ ରଚିଛି ଇସ୍ରୋ। ଉତ୍‌କ୍ଷେପଣ ହେଲା ସବୁଠୁ ଓଜନିଆ ଯୋଗାଯୋଗ ଉପଗ୍ରହ ସିଏମସି-୦୩। ଆନ୍ଧ୍ର ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ହେଲା ଉତ୍‌କ୍ଷେପଣ। ଦେଶର ଶକ୍ତିଶାଳୀ ରକେଟ୍ ଏଲଭିଏମ୍‌୩- ଏମ୍‌୫ ମାଧ୍ୟମରେ ଉତ୍‌କ୍ଷେପଣ। ଭାରତୀୟ ନୌସେନା ପାଇଁ ନିର୍ମିତ ଉପଗ୍ରହ ସିଏମସି-୩। ଜାହାଜ ଓ ବୁଡାଜାହାଜକୁ ସୁରକ୍ଷିତ ସେବା ଯୋଗାଇବ ସିଏମସି-୦୩। ସାମୁଦ୍ରିକ ଓ ରଣନୈତିକ ସଂଯୋଗ ବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ଏହି ଉପଗ୍ରହ ହେଉଛି ଭାରତର ଏପର୍ଯ୍ୟନ୍ତର ସବୁଠାରୁ ଭାରୀ ଯୋଗାଯୋଗ ଉପଗ୍ରହ, ଯାହାର ଓଜନ ପ୍ରାୟ ୪,୪୦୦ କିଲୋଗ୍ରାମ। ଏଥିରେ ଅନେକ ସ୍ୱଦେଶୀ ଅତ୍ୟାଧୁନିକ ଉପାଦାନ ସାମିଲ କରାଯାଇଛି, ଯାହା ବିଶେଷ ଭାବରେ ଭାରତୀୟ ନୌସେନାର କାର୍ଯ୍ୟକ୍ଷମ ଆବଶ୍ୟକତା ପୂରଣ କରିବା ପାଇଁ ବିକଶିତ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking