24.1 C
Bhubaneswar
Sunday, October 20, 2024
Homeଦେଶ ବିଦେଶ୧୪ରେ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମାମଲାର ଶୁଣାଣି

୧୪ରେ ସୁପ୍ରିମକୋର୍ଟରେ ଜ୍ଞାନବାପୀ ମାମଲାର ଶୁଣାଣି

ନୂଆଦିଲ୍ଲୀ : ଚଳିତମାସ ୧୪ରେ ବାରାଣସୀସ୍ଥିତ ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଗତବର୍ଷ ମସ୍‌ଜିଦ ପରିସରରେ ଶିବଲିଙ୍ଗ ଠାବ ହେବାପରେ ଉକ୍ତ ସ୍ଥାନକୁ ସିଲ୍ କରାଯାଇଛି । ତେବେ ମୁସଲମାନ ସଂପ୍ରଦାୟଙ୍କ ପବିତ୍ର ରମଜାନ ମାସ ଚାଲିଥିବାରୁ ଉକ୍ତ ସ୍ଥାନରେ ‘ୱାଜୁ’ (ଏକ ଧାର୍ମିକ ପ୍ରଥା) ପାଳନ ନିମନ୍ତେ ଅନୁମତି ଦେବାକୁ ମସଜିଦ ପରିଚାଳନା କମିଟି ପକ୍ଷରୁ ସୁପ୍ରିମକୋର୍ଟରେ ପିଟିସନ ଦାଏର କରାଯାଇଥିଲା । ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ସୋମବାର ମାମଲା ଉପସ୍ଥାପନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଆସନ୍ତା ୧୪ରେ ଏହାର ଶୁଣାଣି କରାଯିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତବର୍ଷ ନଭେମ୍ବର ୧୧ରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ବିବାଦୀୟ ସ୍ଥଳରେ କୌଣସି ପ୍ରକାର ଧାର୍ମିକ ରୀତିନୀତି ଉପରେ କଟକଣା ଲାଗୁ କରିଥିଲେ । ଅପରପକ୍ଷରେ ଜ୍ଞାନବାପୀ ମାମଲାରେ ହିନ୍ଦୁ ଗୋଷ୍ଠୀ ପକ୍ଷରୁ ଆଗତ ପୃଥକ ମାମଲାର ଶୁଣାଣି ଏପ୍ରିଲ ୨୧ରେ କରାଯିବ ବୋଲି ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking