ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଘୋଟାଲା ମାମଲାରେ ରାଉଜ୍ ଆଭେନ୍ୟୁ କୋର୍ଟରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଛି । ଏବେ ସିବିଆଇ ମାମଳାରେ ମାର୍ଚ୍ଚ ୨୪ ଓ ଇଡି ମାମଲାରେ ମାର୍ଚ୍ଚ ୨୫ ତାରିଖରେ ଶୁଣାଣି ହେବ । ଏହା ସହିତ କୋର୍ଟ ଇଡିକୁ ମଧ୍ୟ ନୋଟିସ୍ ଜାରି କରିଛନ୍ତି । ଏହି ଅବସରରେ ସିସୋଦିଆଙ୍କ ଓକିଲ ଦୟାନ୍ କୃଷ୍ଣନ୍ କୋର୍ଟରେ ଯୁକ୍ତି କରିଥିଲେ ଯେ ସିସୋଦିଆଙ୍କ ପତ୍ନୀ ଅସୁସ୍ଥ ଏବଂ ପୁତ୍ର ବିଦେଶରେ ପଢ଼ୁଛନ୍ତି । ଅସୁସ୍ଥ ପତ୍ନୀଙ୍କ ଦେଖାଶୁଣା କରିବାକୁ କେହି ନଥିବାରୁ ତାଙ୍କୁ ଜାମିନ ପ୍ରଦାନ କରାଯାଉ । ଜାମିନ ଆବେଦନକୁ ବିରୋଧ କରି ଇଡି ପକ୍ଷରୁ ଯୁକ୍ତି କରାଯାଇଥିଲା, ସିସୋଦିଆର ସରକାରରେ ଉଚ୍ଚ ପଦରେ ଥିôବାରୁ ସେ ସହଜରେ ପ୍ରମାଣ ନଷ୍ଟ କରିପାରନ୍ତି । ଏବେ ଜାମିନ ପାଇଁ ସିସୋଦିଆଙ୍କ ଓକିଲ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ ଆବେଦନ କରିଛନ୍ତି ।