30.1 C
Bhubaneswar
Sunday, September 29, 2024
Homeଓଡିଶାଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମୋହନାଗଜପତି ଜିଲ୍ଲା ମୋହନା ଥାନା ରଙ୍ଗମାଟିଆ ସାହିରେ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ। ମୃତ ଯୁବକ ଜଣଙ୍କ ହେଲେ ଖୋର୍ଦ୍ଧା ଜିଲ୍ଲା ବଉଳାବନ୍ଧ ଗାଁର ରମେଶ ସେଠୀ। ସେ ଗତ ୧୫ ବର୍ଷ ହେଲା ମୋହନା ରଙ୍ଗମାଟିଆରେ ବିବାହ କରିଥିଲେ । ତେବେ ଗତ ଦୁଇ ବର୍ଷ ହେଲା ସେ ମୋହନାରେ ରହି ମିସ୍ତ୍ରୀ କାମ କରୁଥିଲେ। ତାଙ୍କ ପତ୍ନୀ ଗତ ତିନି ମାସ ତଳେ ମୁମ୍ବାଇ ଚାଲିଯାଇଛନ୍ତି। ଘରେ ତାଙ୍କ ଶାଶୁ ଓ ଶଳା ସହ ରହୁଥିଲେ । ହେଲେ ସକାଳେ ନିଜ ଘର ପାଖରେ ଥିବା ଅନ୍ୟ ଏକ ଘରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ପୁଲିସକୁ ଖବର ଦେଇଥିଲେ ପଡ଼ୋଶୀ। ଖବର ପାଇ ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ବୋଲି ପୁଲିସ ଅନୁମାନ କରୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking