27.1 C
Bhubaneswar
Sunday, September 29, 2024
Homeଓଡିଶାଜେଲ ଗଲେ ରସିକିଆ ଡାକ୍ତର

ଜେଲ ଗଲେ ରସିକିଆ ଡାକ୍ତର

ମୟୁରଭଞ୍ଜ: ସବୁବେଳେ ଚର୍ଚ୍ଚାରେ ରହି ଆସିଛି ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ। କେତେବେଳେ ଚିକିତ୍ସା ଅବହେଳା ଅଭିଯୋଗ ତୋ ଆଉ କେତେବେଳେ ଅସଦାଚରଣ ଅଭିଯୋଗକୁ ନେଇ ଚର୍ଚ୍ଚା। ଏବେ ଅସଦାଚରଣ ଅଭିଯୋଗରେ ଜେଲଗଲେ ରସିକିଆ ଡାକ୍ତର। ଚିକିତ୍ସା ସେବା ଯୋଗାଇ ଦେବା ଆଳରେ ଅସଦାଚରଣ କରିଥିବା ଅଭିଯୋଗରେ ଗଲେ ଜେଲ।ଅଭିଯୋଗର ତଦନ୍ତ ସହ ଆପାତତଃ ପ୍ରମାଣ ହାସଲ ପରେ ଗିରଫ ହୋଇଥିଲେ ଡାକ୍ତର। କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ହେବାରୁ ଏବେ ଜେଲରେ। ତେବେ କର୍ତ୍ତବ୍ୟରତ ଡାକ୍ତରଙ୍କ ଏଭଳି ଆଚରଣ ବାସ୍ତବରେ ନିନ୍ଦନୀୟ।ଜୀବନମରଣ ସମୟରେ ଅସହାୟ ଲୋକ ପାଖରେ ପହଞ୍ଚି ଚିକିତ୍ସା ସେବା ଯୋଗାଇ ନୂଆ ଜୀବନ ଦେଇ ପାରୁଥିବାରୁ ଡାକ୍ତରଙ୍କୁ ଭଗବାନର ଦର୍ଜା ଦିଆଯାଇଛି। ହେଲେ ଦାୟିତ୍ବପାଳନ ନାମରେ ଯନ୍ତ୍ରଣାରେ ଛଟପଟ ହେଉଥିବା ନିରିହା ନାବାଳିକା ସହ ଅସଦାଚରଣ କରି ନିଜର ପେଶା ସହ ଭଗବାନଙ୍କ ନାମକୁ ବଦନାମ କରିଛନ୍ତି ଏହି ଦାୟିତ୍ବହୀନ ଡାକ୍ତର। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ପି ଆର ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ। ଏଠାରେ ଥିବା ଶିଶୁ ରୋଗ ବିଶେଷଜ୍ଞ ଡାକ୍ତରଙ୍କ ଦ୍ୱାରା ଆଦିବାସୀ ନାବାଳିକାକୁ ଅସଦାଆଚରଣ ଘଟଣାରେ ବାରିପଦା ପୋଲିସ ଏସ ଡ଼ି ପି ଓପ୍ରକାଶ ଜେମ୍ବ ଟପ୍ପୋଙ୍କ ନେତୃତ୍ବରେ ଘଟଣାର ଯାଞ୍ଚ ହୋଇଥିବା ଜଣାପଡିଛି।ଅଭିଯୋଗର ପ୍ରମାଣ ଆଧାରରେ ଏଫ ଆଇ ଆର ନମ୍ବର 1062/22 ଆଇ ପି ସି ଧାରା 354, ପୋସ୍କୋ ଏବଂ ଏଟ୍ରୋସିଟି ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। କୋର୍ଟରେ ଜାମିନ ଆବେଦନ ନାକଚ ହେବାରୁ ଆସାମୀ ଡାକ୍ତରଙ୍କୁ ବାରିପଦା ମଣ୍ଡଳ କାରାଗାରକୁ ପଠାଇ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking