ନୂଆଦିଲ୍ଲୀ: ବର୍ଡର ଗାଭାସ୍କର ଟ୍ରଫିରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ୫ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ। ଏଥିପାଇଁ ଭାରତୀୟ ଟେଷ୍ଟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଟିମ୍ର ଖେଳାଳି ଅଭ୍ୟାସ ମଧ୍ୟ ଆରମ୍ଭ କରିଛନ୍ତି। ଅଭ୍ୟାସ କରିବା ସମୟରେ ଆହତ ହୋଇଛନ୍ତି ଭାରତୀୟ ଟିମ୍ର ଅନେକ ଖେଳାଳି। ଯାହା ଦଳ ପାଇଁ ଟେନ୍ସନ୍ ବଢ଼ାଇଛି। ଆହତ ଖେଳାଳିମାନେ ସିରିଜର ପ୍ରଥମ ମ୍ୟାଚ ମିସ୍ କରିପାରନ୍ତି ବୋଲି ଖବର ମିଳୁଛି। ଆହତ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ଶୁବମନ ଗିଲ, କେଏଲ ରାହୁଲ ଏବଂ ସରଫରାଜ ଖାନ।
ସିରିଜର ପ୍ରଥମ ମ୍ୟାଚ୍ ୨୨ ନଭେମ୍ବରରୁ ପର୍ଥରେ ଖେଳାଯିବ। କିନ୍ତୁ ଏହାପୂର୍ବରୁ ମଧ୍ୟ ଭାରତୀୟ ଦଳକୁ ଲାଗିଛି ଶକ୍ତ ଝଟ୍କା । ଦଳର ୪ ଷ୍ଟାର ଖେଳାଳିଙ୍କୁ ଲାଗିଛି । ଫଳରେ ଦଳର ସମସ୍ୟା ବଢ଼ିଯାଇଛି। ସେମାନଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। କହିବାକୁ ଗଲେ ପର୍ଥ ଟେଷ୍ଟ ପୂର୍ବରୁ ଭାରତୀୟ ଖେଳାଳିମାନେ ଡଇଉଇ ଷ୍ଟାଡିୟମରେ ଜୋରଦାର ଅଭ୍ୟାସ କରୁଛନ୍ତି। ଭାରତ ଏବଂ ଭାରତ-ଏ ଦଳ ମଧ୍ୟରେ ତିନି ଦିନିଆ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଆଉ ଏହି ଅଭ୍ୟାସ ସମୟରେ ସମସ୍ତ ଚାରି ଖେଳାଳି ଆହତ ହୋଇଥିଲେ । ଅଭ୍ୟାସ ମ୍ୟାଚର ଦ୍ୱିତୀୟ ଦିନରେ ଶୁଭମାନ ଗିଲ ଆହତ ହୋଇଥିଲେ। ଦ୍ୱିତୀୟ ସ୍ଲିପରେ କ୍ୟାଚ୍ ନେବାବେଳେ ଗିଲ ଆହତ ହୋଇଥିଲେ। ଗିଲଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିଲା । ଏବେ ସେ ପ୍ରଥମ ଟେଷ୍ଟ ମ୍ୟାଚରେ ଖେଳିବେ କି ନାହିଁ ତାହା ସନ୍ଦେହଜନକ। ତେବେ ଏ ପ୍ରସଙ୍ଗରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ । ଗଣମାଧ୍ୟମ ସୂତ୍ରରୁ ଜଣାପଡିଛି ଶୁଭମନ ଗିଲ ଆହତ ହୋଇଛନ୍ତି । ଡାକ୍ତରୀ ଦଳ ତାଙ୍କ ଉପରେ ନଜର ରଖିଛନ୍ତି। ସେହିଭଳି ଅଭ୍ୟାସ ମ୍ୟାଚ୍ ସମୟରେ କେ.ଏଲ୍ ରାହୁଲ ମଧ୍ୟ ଆହତ ହୋଇଥିଲେ। ଦ୍ରୁତ ବୋଲର ପ୍ରସିଦ୍ଧ କିଷ୍ଣାଙ୍କ ଏକ ବଲ ତାଙ୍କ ଡାହାଣ କାନ୍ଧରେ ବାଜିଥିଲା। ଏହି କାରଣରୁ ତାଙ୍କୁ ପଡ଼ିଆ ଛାଡିବାକୁ ପଡିଲା। ରାହୁଲଙ୍କ ଆଘାତର ଗମ୍ଭୀରତା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ତେବେ ପ୍ରଥମ ଟେଷ୍ଟ ପାଇଁ ସେ ଫିଟ୍ ହେବେ ବୋଲି ଆଶା କରାଯାଉଛି। ଅନ୍ୟପଟେ ରାହୁଲଙ୍କ ପୂର୍ବରୁ ସରଫରାଜ ଖାନ ମଧ୍ୟ ଆହତ ହୋଇଥିଲେ। ଅଭ୍ୟାସ ସମୟରେ ସରଫରାଜ ଏକ କାନ୍ଧରେ ଆଘାତ ଲାଗିଥିଲା। ଭିଡିଓରେ ସରଫରାଜ ତାଙ୍କ କାନ୍ଧ ଧରି ବାହାରକୁ ଯାଉଥିବାର ନଜର ଆସିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ସରଫରାଜ ଏକ ମ୍ୟାଚରେ ୧୫୦ ରନ୍ ଇନିଂସ ଖେଳିଥିଲେ। ତାଙ୍କ ଆଘାତ ଦଳ ପାଇଁ ଏକ ବଡ ଝଟ୍କା ହୋଇପାରେ। ପର୍ଥ ଟେଷ୍ଟରେ ସରଫରାଜଙ୍କ ଖେଳକୁ ନେଇ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଆଶା କରାଯାଉଛି ଯେ ରାହୁଲଙ୍କ ପରି ସରଫରାଜ ମଧ୍ୟ ପର୍ଥ ଟେଷ୍ଟ ପାଇଁ ଫିଟ୍ ହେବେ। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ବିଷୟରେ ମଧ୍ୟ ସମାନ ଖବର ଆସିଛି। ଅଭ୍ୟାସ ମ୍ୟାଚ୍ ପୂର୍ବରୁ କୋହଲିଙ୍କୁ ସ୍କାନ ପାଇଁ ନିଆଯାଇଥିଲା, ତଥାପି ଭଲ କଥା ହେଉଛି କୋହଲି ସମ୍ପୂର୍ଣ୍ଣ ଫିଟ୍। ସେ କଳ୍ପନା ଜଳ୍ପନାର ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି। ପ୍ରଥମେ କେଏଲ ରାହୁଲଙ୍କ ଡାହାଣ କହୁଣୀରେ ଆଘାତ ଲାଗିଥିଲା। ଫଳରେ ଅଧାରୁ ମ୍ୟାଚ ଛାଡି ଯାଇଥିଲେ ରାହୁଲ। କେଏଲ ରାହୁଲ ଆହତ ହେବା ପରେ ଫିଜିଓ ତୁରନ୍ତ ଆସି ଚିକିତ୍ସା କରିଥିଲେ। ଆହତ ସତ୍ତ୍ୱେ ରାହୁଲ ଖେଳ ଜାରି ରଖିଥିଲେ। କିନ୍ତୁ ବେଶି ଯନ୍ତ୍ରଣା ବଢ଼ିବାରୁ ପଡିଆ ଛାଡି ଚାଲିଯାଇଥିଲେ। ରାହୁଲଙ୍କୁ ଆଘାତ ଲାଗିବା ପରେ ଫ୍ୟାନ୍ସ ଚିନ୍ତାରେ ରହିଥିଲେ। କିନ୍ତୁ ଏବେ ରାହୁଲ ଅଭ୍ୟାସ ମାଚକୁ ଫେରିଛନ୍ତି। ଯଦି ରାହୁଲ ସିରିଜର ପ୍ରଥମ ମ୍ୟାଚ ମିସ୍ କରିଥାନ୍ତେ, ତେବେ ଭାରତ ପାଇଁ ଚିନ୍ତାର ବିଷୟ ହୋଇଥାନ୍ତା। ପୂର୍ବରୁ ସରଫରାଜ ଖାନ ମଧ୍ୟ ଆହତ ହୋଇଛନ୍ତି। ଭାରତୀୟ ଟିମ୍ ଅଧିନାୟକ ରୋହିତ ଶର୍ମା ଏବେ ଭାରତରେ ରହିଛନ୍ତି। ରୋହିତ ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ପତ୍ନୀ ରିତିକାଙ୍କ ଯୋଗୁଁ ରୋହିତ ପ୍ରଥମ ମ୍ୟାଚ ମିସ୍ କରିଥାନ୍ତେ ବୋଲି ଖବର ମିଳିଥିଲା। କିନ୍ତୁ ଏବେ ଟିମ୍ରେ ରହିବେ ବୋଲି ଚର୍ଚ୍ଚା ହେଉଛି।