27.1 C
Bhubaneswar
Friday, October 18, 2024
Homeଓଡିଶାଆଜି ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଆଜି ଷୋଡ଼ଶ ବିଧାନସଭା ଭଙ୍ଗ କଲେ ରାଜ୍ୟପାଳ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟର ସୁପାରିଶ ପରେ ଆଜି ଷୋଡ଼ଶ ବିଧାନସଭାକୁ ଭଙ୍ଗ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ଏନେଇ ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି । ବିଧାନସଭା ନିର୍ବାଚନ ଭୋଟ ଗଣତିର ଦିନକ ପୂର୍ବରୁ ଷୋଡ଼ଶ ବିଧାନସଭାକୁ ଭଙ୍ଗ ପାଇଁ ରାଜ୍ୟ କ୍ୟାବିନେଟ୍ ସୁପାରିଶ କରିଥିଲେ । ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ଭାରତୀୟ ସମ୍ବିଧାନର ଧାରା ୧୭୪(୨)(ଖ)ରେ ପ୍ରଦତ୍ତ କ୍ଷମତାର ଉପଯୋଗ କରି ଜାତୀୟ ନିର୍ବାଚନ କମିଶନଙ୍କ ୨୦୧୯ ମେ’ ୨୫ତାରିଖ ବିଜ୍ଞପ୍ତି ଆଧାରରେ ଗଠିତ ଓଡ଼ିଶା ବିଧାନସଭାକୁ ଭଙ୍ଗ କରାଗଲା । ଯାହାକି ନିର୍ବାଚନ ଆୟୋଗଙ୍କ ଦ୍ୱାରା ନବ ନିର୍ବାଚିତ ବିଧାୟକଙ୍କୁ ନେଇ ଗଠନ ଦିନଠୁ ପ୍ରଭାବୀ ହେବ । ରାଜ୍ୟପାଳଙ୍କ ଏହି ନିର୍ଦ୍ଦେଶ ସଂକ୍ରାନ୍ତ ବିଜ୍ଞପ୍ତିକୁ ଆଜି ସାଧାରଣ ବିଜ୍ଞପ୍ତି ଆକାରରେ ମୁଖ୍ୟ ସଚିବଙ୍କ ଦ୍ୱାରା ଜାରି ହୋଇଛି । ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଆୟୋଜିତ କ୍ୟାବିନେଟ୍ ବୈଠକରେ ବିଧାନସଭା ଭଙ୍ଗ ପାଇଁ ସୁପାରିଶ କରାଯାଇଥିଲା । ସୂଚନାଯୋଗ୍ୟ, ପ୍ରଚଳିତ ପ୍ରାବଧାନ ଅନୁସାରେ ସାଧାରଣ ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ବିଧାନସଭାକୁ ଭଙ୍ଗ କରାଯାଇଥାଏ । ମୁଖ୍ୟମନ୍ତ୍ରୀ ଓ କ୍ୟାବିନେଟ୍ ମନ୍ତ୍ରୀମାନେ ଇସ୍ତଫା ଦେଇଥାନ୍ତି । ଆଉ ନୂଆ ସରକାର ଦାୟିତ୍ୱ ନେବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କାମଚଳା ଦାୟିତ୍ୱରେ ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking