17.1 C
Bhubaneswar
Tuesday, November 19, 2024
Homeଓଡିଶାଜମିହୀନଙ୍କୁ ଜୀବିକା ଯୋଗାଇଲେ ସରକାର : ଉପକୃତ ହେବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ

ଜମିହୀନଙ୍କୁ ଜୀବିକା ଯୋଗାଇଲେ ସରକାର : ଉପକୃତ ହେବେ ୨ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ

ଗଞ୍ଜାମ : ଗଞ୍ଜାମ ଜିଲ୍ଳାର ଲକ୍ଷାଧିକ ଚାଷୀଙ୍କ ଠାରେ ନିଜ ଜମି ନାହିଁ । ସେମାନେ ଭାଗ ଚାଷୀ ଭାବେ କୃଷିକାର୍ଯ୍ୟ କରୁଛନ୍ତି । ଜିଲ୍ଲାର କୃଷି ଉତ୍ପାଦନରେ ତାଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୁ୍‌ର୍ଣ୍ଣ । କିନ୍ତୁ ସେମାନଙ୍କ ଆର୍ଥିକ ଅବସ୍ଥା ଅତି ଦୟନୀୟ । ତେଣୁ ରାଜ୍ୟ ସରକାର ସେମାନଙ୍କ ସହାୟତା ଯୋଗାଇବା ପାଇଁ ନୂତନ ପଦକ୍ଷେପ ନେଇଛନ୍ତି । ନୂତନ ଭାବେ ଏହି ଯୋଜନା ଗଞ୍ଜାମ ଜିଲ୍ଳାରେ ଆରମ୍ଭ ହୋଇଛି । ଏହି ଯୋଜନା କେବଳ ଜମିହୀନ ଚାଷୀଙ୍କ ପାଇଁ ଉଦିଷ୍ଟ । ଏ ସଂପର୍କରେ ଗଞ୍ଜାମ ଜିିଲ୍ଲା ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ଶରତ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଏହି ଯୋଜନାରେ ଚାଷୀ ମୋଟ ୧୦ ପ୍ରକାରର କୃଷି ସଂପର୍କିତ ଚାଷ,ବ୍ୟବସାୟ କରିପାରିବେ । ସେଥି ମଧ୍ୟରେ ମହୁଚାଷ, ଛେଳିପାଳନ, ବତକ ପାଳନ, ବାଡ଼ିଅଗଣାରେ କୁକୁଡ଼ା ପାଳନ, ଅଣ୍ଡା ଦିଆ କୁକୁଡ଼ା ପାଳନ, ମାଛ ଧରା ସରଞ୍ଜାମ, ଟସର ଚାଷ, ଗୁହାଳ ନିମନ୍ତେ ସହାୟତା, ଗାଈ, ଛଡ଼ା ପାଳନ ଆଦି ଚାଷ ରହିଛି ।

ପ୍ରତ୍ୟେକଟି ଚାଷ ପାଇଁ ମୋଟ ୧୨,୫୦୦ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଏହି ଯୋଜନାରେ ଜିଲ୍ଳାର ମୋଟ ୨ଲକ୍ଷ ୨୩ ହଜାର ଚାଷୀ ଉପକୃତ ହେବେ । ଏହି ସହାୟତା ପ୍ରକ୍ରିୟା ଗତ କିଛି ଦିନ ଧରି ଆରମ୍ଭ ହୋଇଛି। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମର ସଂଯୋଜନା କରୁଛନ୍ତି ଜିଲ୍ଳା ଉଦ୍ୟାନ କୃଷି ବିଭାଗ ।  ପ୍ରତ୍ୟେକ ଦିନ ଏହି ପରିପ୍ରେକ୍ଷୀରେ ହିତାଧିକାରୀ ଚାଷୀ ଚୟନ ସହ ସେମାନଙ୍କ ଇଛା ମୁତାବକ ନିର୍ଦିଷ୍ଟ ଚାଷ,ବ୍ୟବସାୟ ପାଇଁ ଆବଶ୍ୟକୀୟ ବୈଷୟିକ ଜ୍ଞାନ କୌଶଳ ପ୍ରଦାନ କରିବା ସହ ପ୍ରଶିକ୍ଷଣ, ବ୍ୟବସାୟିକ ଦୃଷ୍ଟିକୋଣକୁ ପ୍ରଦାନ କରାଯାଉଛି ।

ବିଭାଗର ଉପନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି । ଜାନୁଆରୀ ମାସ ଶେଷ ସୁଦ୍ଧା ଏହି ପ୍ରକ୍ରିୟା ଜିଲ୍ଲାରେ ସମସ୍ତ ପଞ୍ଚାୟତରେ ସମାପ୍ତ କରାଯିବାର ଲକ୍ଷ୍ୟ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ଏଭଳି ପଦକ୍ଷେପ ଯୋଗୁଁ ଲକ୍ଷାଧିକ ଚାଷୀ ପୂର୍ବାପେକ୍ଷା ଅଧିକା ରୋଜଗାରକ୍ଷମ ହୋଇପାରିବେ ବୋଲି ମତ ପ୍ରକାଶ ପାଉଛି । ପ୍ରକାଶଯୋଗ୍ୟ ଯେ ଜିଲ୍ଲାର ପ୍ରତ୍ୟେକ ପଞ୍ଚାୟତରେ ଜମିହୀନ ଚାଷୀ ଯଥେଷ୍ଟ ସଂଖ୍ୟାରେ ରହିଛନ୍ତି । ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏହି ଯୋଜନା କାର୍ଯ୍ୟ କରିବ । ତେବେ ସଠିକ ଭାବେ ଏହାର ପ୍ରଣୟନ କରିବା ଆବଶ୍ୟକତା ରହିଛି । ଯେଭଳି ଭାବେ ପ୍ରତ୍ୟେକ ଯୋଜନାକୁ ଅଯୋଗ୍ୟ ହାତେଇଥାନ୍ତି, ସେହିଭଳି ଏହି ଯୋଜନାରେ ପୁନରାବୃତି ନଘଟୁ ବୋଲି ଚାଷୀ ମହଲରେ ମତ ପ୍ରକାଶ ପାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking